Latest Odisha News

BREAKING NEWS

ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ଚାଲିଗଲା ଜୀବନ

ଦେବଗଡ଼: ବାରହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର । ତା ସଂସ୍ପର୍ଶରେ ଆସି ଅକାଳରେ ଚାଲିଗଲା ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଲ ଥାନା ଅନ୍ତର୍ଗତ ଶାମପାଲି ଗାଁରେ । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ।

ମୃତକଙ୍କ ନାଁ ପ୍ରଦୀପ ପ୍ରଧାନ । ଶାମପାଲି ଗାଁରେ ବାରହା ଶିକାର କରିବାକୁ କେହି ଶିକାରୀ ଟିକିରା ନଦୀ କୂଳରେ ଝରାନାଳୀଠାରେ ବିଦ୍ୟୁତ ତାର ବିଛାଇଥିଲେ । ଏଥିରେ ଲାଗି ଯାଇଥିଲେ ପ୍ରଦୀପ । ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିବା ପରେ ତାଙ୍କର ମୃତଦେହ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.