Latest Odisha News

BREAKING NEWS

ଜୟପୁରରେ ଭୁଶୁଡ଼ିଲା କେନାଲ ବନ୍ଧ, ଏକର ଏକର ଚାଷ ଜମି ଜଳମଗ୍ନ

କୋରାପୁଟ: ଜୟପୁର ଏକତାଗୁଡ଼ାରେ ଭୁଶୁଡ଼ିଲା କେନାଲ ବନ୍ଧ । ଏକର ଏକର ଚାଷ ଜମି ବୁଡ଼ି ଯାଇଛି । ନଷ୍ଟ ହୋଇଛି ବ୍ୟାପକ ଫସଲ । ଗତକାଲି ରାତିରେ ହଠାତ୍ ସବମାଇନର କେନାଲରେ କୋଲାବ ଡ୍ୟାମର ପାଣି ମାଡ଼ି ଆସିଥିଲା । ପାରାବେଡ଼ା-ଏକତାଗୁଡ଼ା ନିକଟରେ ଥିବା ଧନପୁର ସବମାଇନର କେନାଲରେ ଘାଇ ସୃଷ୍ଟି ହୋଇଛି ।

ଚାଷ ଜମି ସହ ଗାଁ ଭିତରକୁ ମଧ୍ୟ ପାଣି ପଶିଥିବା ସୂଚନା ମିଳିଛି । କେମିତି କେନାଲ ବନ୍ଧ ଭାଙ୍ଗିଲେ ସେନେଇ ଅନୁଧ୍ୟାନ ଚାଲିଛି । ଏହି ଘଟଣା ପରେ କେନାଲକୁ ପାଣି ପ୍ରବାହ ବନ୍ଦ କରାଯାଇଥିଲା । ଘଟଣାସ୍ଥଳରେ ଜୟପୁର ବିଧାୟକ, ପୋଲିସ ଓ ବିଭାଗୀୟ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Leave A Reply

Your email address will not be published.