Latest Odisha News

BREAKING NEWS

ବର ଦେହରେ ହଳଦୀ ଲଗାଉଥିଲେ, ନିଜେ ଟଳିପଡିଲେ

ମୃତ୍ୟୁ କେତେବେଳେ କେଉଁଠି କେଉଁ ରୂପରେ ଆସିବ ତାହା କାହାରିକୁ ଜଣାନଥାଏ । ଅତୀତରେ ଏମିତି ଅନେକ ଘଟଣା ଘଟିଛି । ଯେଉଁଠି ହସଖୁସିର ମାହୋଲରେ ମୃତ୍ୟୁର ତାଣ୍ଡବ ଖେଳିଛି । ତେବେ ଏମିତି ଏକ ଛାତିଥରା ଭିଡିଓ ଏବେ ଭାଇରାଲ ହେଉଛି । ବିବାହ ପାଇଁ ହଳଦୀ ସେରିମୋନି ଚାଲିଥିବା ବେଳେ ଏଥିରେ ଯୋଗ ଦେଇଥିବା ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ମୃତକ ହେଲେ ମହମ୍ମଦ ରବାନି।

ଘରେ ହଳଦୀ ସେରିମୋନି ପାଇଁ ଖୁସିର ମାହୋଲ ଥିଲା। ହଳଦୀ ସେରିମୋନିରେ ସାମିଲ ହେବା ପାଇଁ ରବାନି ନିଜ ସମ୍ପର୍କୀୟଙ୍କ ବାସଭବନକୁ ଯାଇଥିଲେ। ଆଉ ବର ଦେହରେ ହଳଦୀ ଲଗାଇବା ପାଇଁ ହସ ହସ ମୁହଁରେ ବର ସାମ୍ନାରେ ବସିଥିଲେ । ହେଲେ ତାଙ୍କର ଏ ଖୁସି ଦଇବ ସହିଲା ନାହିଁ  । ହଳଦୀ ପ୍ଲେଟ୍‌ରୁ ହଳଦୀ ଆଣି ଲଗାଇବାକୁ ଯାଉଥିବା ବେଳେ ହଠାତ୍‌ ସେ ଟଳି ପଡ଼ିଥିଲେ।

ତୁରନ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Comments are closed.