Latest Odisha News

BREAKING NEWS

ହେଲମେଟ୍ ମ୍ୟାନ୍ : ଘର,ସୁନା ବିକି ମାଗଣାରେ ବାଣ୍ଟିଲେଣିି ୫୬ ହଜାର ହେଲମେଟ୍‌

ବିହାର: ଦିନକୁ ଦିନ ବଢିବାରେ ଲାଗିଛି ସଡ଼କ ଦୁର୍ଘଟଣା । ବର୍ଷ ତମାମ ଲୋକଙ୍କୁ ଏନେଇ ସଚେତନ କରାଯାଉଥିଲେ ମଧ୍ୟ ଅନେକ କ୍ଷେତ୍ରରେ ତାହାକୁ ଲୋକେ ଅନୁପାଳନ ନ କରୁଥିବାର ଦେଖିବାକୁ ମିଳିଛି । ଏଭଳି ସମୟରେ ଲୋକଙ୍କୁ ସଡ଼କ ସୁରକ୍ଷା ବାବଦରେ ସଚେତନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଘବେନ୍ଦ୍ର କୁମାର ନାମକ ଜଣେ ଯୁବକ । ବ୍ୟକ୍ତିଗତ ଉଦ୍ୟମରେ ଲୋକଙ୍କୁ ସଡ଼କ ସୁରକ୍ଷା ବାବଦରେ ସଚେତନ କରିବା ସହ ବୁଲି ବୁଲି ହେଲମେଟ୍ ବି ବାଣ୍ଟୁଛନ୍ତି । ଏଭଳି ଘଟଣା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ଲୋକମାନେ ମଧ୍ୟ ଏହାକୁ ଭରପୂର ପ୍ରଶଂସା କରୁଛନ୍ତି ।

ବିହାର କେମୁର ଜିଲାରେ ରାଘବେନ୍ଦ୍ରଙ୍କ ଘର । ସେ ଲୋକଙ୍କୁ ସଡ଼କ ସୁରକ୍ଷା ନେଇ ବୁଝାଇବା ସହ ହେଲମେଟ୍ ପିନ୍ଧିବା ପାଇଁ ବୁଲି ବୁଲି ସଚେତନ କରାନ୍ତି । କେବଳ ସେତିକି ନୁହେଁ ମାଗଣାରେ ହେଲମେଟ୍ ମଧ୍ୟ ବାଣ୍ଟନ୍ତି । ୨୦୧୪ ମସିହାରୁ ସେ ଏହି ସଚେତନତା କାର୍ଯ୍ୟ କରି ଆସୁଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ୨୨ ରାଜ୍ୟ ବୁଲି ବୁଲି ୫୬ ହଜାରରୁ ଅଧିକ ହେଲମେଟ୍ ବାଣ୍ଟି ସାରିଲେଣି । ଏଥିପାଇଁ ସେ ଦିଲ୍ଲୀରେ ଥିବା ତାଙ୍କ ଘର ଓ ସ୍ତ୍ରୀଙ୍କ ଅଳଙ୍କାର ବି ବିକ୍ରି କରିଛନ୍ତି । ସ୍ନେହରେ ଲୋକେ ତାଙ୍କୁ ହେଲମେଟ ମ୍ୟାନ ବୋଲି ଡାକୁଛନ୍ତି ।

ଏନେଇ ରାଘବେନ୍ଦ୍ର କୁହନ୍ତି, ଦିନେ ମୋର ବେଷ୍ଟ ଫ୍ରେଣ୍ଡର ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ହେଲମେଟ୍ ପିନ୍ଧିଥିଲେ ସେ ବଞ୍ଚିଯାଇଥାନ୍ତା ବୋଲି ସମସ୍ତେ କହିଲେ । ଏହି ପଦିଏ କଥା ମୋତେ ଭାରି ବିଚଳିତ କରିଥିଲା । ଶେଷରେ ମୁଁ ନିଷ୍ପତ୍ତି ନେଲି ଯେ, ମୋ ସାଙ୍ଗ ପରି ଆଉ କାହାର ଜୀବନ ନ ଯାଉ । ସେବେଠାରୁ ମୁଁ ସଡ଼କ ସୁରକ୍ଷା ନେଇ ସଚେତନ କରିବା ସହ ବୁଲି ବୁଲି ହେଲମେଟ ବାଣ୍ଟୁଛି । ପ୍ରଥମେ ପ୍ରଥମେ ମୋର ଏପରି କାର୍ଯ୍ୟକୁ ଅନେକ ପାଗଳାମି ବୋଲି କହୁଥିଲେ । ହେଲେ ଏବେ ସମସ୍ତେ ହେଲମେଟ୍‌ର ଉପକାରିତା ସମ୍ପର୍କରେ ବୁଝିପାରିଛନ୍ତି ।

Leave A Reply

Your email address will not be published.