Latest Odisha News

BREAKING NEWS

ପ୍ରଣବଙ୍କ ମନ୍ତବ୍ୟକୁ ନେଇ ଘେରିଲା ବିଜେପି, ପଚାରିଲା CMO କିଏ ?

ଭୁବନେଶ୍ୱର: CMO କିଏ ? 5Tକୁ ନେଇ ପ୍ରଶ୍ନ ପରେ ବିଜେପି ପଚାରିଲା ସିଏମଓ କିଏ ? ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର 5T କଣ ଏକ ବିଭାଗ ବୋଲି ପ୍ରଶ୍ନ କରି ଘେରିବାକୁ ଚେଷ୍ଟା କରିଥିଲେ । ଯାହାର ଜବାବରେ ବିଜେଡି କହିଥିଲା 5T ହେଉଛି ଏକ ଚିନ୍ତାଧାରା । ଚିନ୍ତାଧାରା ପୁଣି କଣ ଜଣେ ସଚିବ ପାଲଟା ପ୍ରଶ୍ନ କରିଥିଲେ ବିରୋଧୀ । ଏବେ ସିଏମଓକୁ ନେଇ ବିଜେଡି ବିଧାୟକ ତଥା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ହୋଇଛି ।

ନବରଙ୍ଗପୁର ଗସ୍ତ ବେଳେ ପ୍ରଣବ ପ୍ରକାଶ ଦାସ କହିଥିଲେ । ନବରଙ୍ଗପୁରବାସୀଙ୍କ କାମ କରିବା ଲାଗି ସିଏମଓ ଏଠାକୁ ଆସିଛି । ଓଡ଼ିଶାବାସୀଙ୍କ କାମ ପାଇଁ ଦ୍ୱାରପାଳ ନୁହେଁ କ୍ରୀତଦାସ ହେବାକୁ ରାଜି ଅଛି ।  ପ୍ରଣବଙ୍କ ଏହି ମନ୍ତବ୍ୟ ପରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି ସିଏମଓ କିଏ ? ବିଜେଡି ସ୍ପଷ୍ଟ କରୁ ମୁଖ୍ୟ ଶାସନ ସଚିବ, ବ୍ୟକ୍ତିଗତ ସଚିବ ଓ 5T ମଧ୍ୟରୁ ସିଏମଓ କିଏ ବୋଲି ବିଜେପି କହିଛି ।

ଗଣତନ୍ତ୍ରର ଶାସନ ପାଇଁ କ୍ରୀତଦାସ ପ୍ରଥା ବିଲୋପ ହୋଇଥିଲା । ଏବେ ଆପଣ କାହାର କ୍ରୀତଦାସ ହେବାକୁ ଚାହୁଁଛନ୍ତି ବୋଲି ପ୍ରଣବଙ୍କୁ ପ୍ରଶ୍ନ କରିଛି ବିଜେପି । ଏହା ପୂର୍ବରୁ ଗତବର୍ଷ ଓଡ଼ିଶା ଗସ୍ତ ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ, ଓଡ଼ିଶାରେ କିଏ ଶାସନ କରୁଛି ଜଣାପଡ଼ୁନି । ଆଉ ଏବେ CMOକୁ ନେଇ ବିଜେପି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛି ।

ରାଷ୍ଟ୍ରପତି ନିର୍ବାଚନ ପରେ ବିଜେଡି ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଶାଣିତ କରିବାରେ ଲାଗିଛି ବିଜେପି । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ, 5T ଓ ସିଏମଓକୁ ବିଜେପି ଟାର୍ଗେଟ୍ କରୁଛି । ଯାହା ରାଜ୍ୟ ରାଜ୍ୟନୀତିକୁ ଆସ୍ତେ ଆସ୍ତେ ରୋଚକ କରୁଛି ।

Leave A Reply

Your email address will not be published.