Latest Odisha News

BREAKING NEWS

ପ୍ରେମିକ ଦେଇଥିଲା ପ୍ରେମିକାର ମାଆକୁ କିଡନୀ, ପ୍ରତିରୋପଣ ପରେ ପ୍ରେମିକା ଚମ୍ପଟ୍

ଭୁବନେଶ୍ୱର: ପ୍ରେମ ଓ ପ୍ରେମିକା ପାଇଁ ଅନେକ ଲୋକ ଅପ୍ରତ୍ୟଶିତ ପଦକ୍ଷେପ ନେବାକୁ ପଛାଇନଥାନ୍ତି । ଏମିତି ଅନେକ କାହାଣୀ ଓ ଘଟଣା ରହିଛି ଯେଉଁଠି ପ୍ରେମିକା ପାଇଁ ଜଣେ ପ୍ରେମିକ ତା ଜୀବନକୁ ବି ବାଜି ଲଗାଇଦେଇଛି । ହେଲେ ସମସ୍ତଙ୍କ ପ୍ରେମ କାହାଣୀର ଅନ୍ତ କିନ୍ତୁ ସମାନ ନଥାଏ ।

ମେକ୍ସିକୋର ଉଜୈଲ ମାର୍ଟିନେଜ୍ ନାମକ ଜଣେ ବ୍ୟକ୍ତି ନିଜ ପ୍ରେମିକାର ମାଆକୁ କିଡନୀ ଦାନ କରିଥିବା ଦାବି କରିଛନ୍ତି । ହେଲେ ଏହାର ମାସକ ପରେ କୁଆଡେ ମାର୍ଟିନେଜଙ୍କ ପ୍ରେମିକା ତାଙ୍କୁ ଛାଡି ଚାଲିଯାଇଥିଲେ । ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକ୍‌ଟକ୍‌ରେ ମାର୍ଟିନେଜ ନିଜ ସହ ଘଟିଥିବା ଏପରି ଘଟଣାକୁ ବଖାଣିବା ପରେ ଏହା ଲୋକଲୋଚନକୁ ଆସିଥିଲା ।

ପେଶାରେ ମାର୍ଟିନେଜ ଜଣେ ଶିକ୍ଷକ । ଏକାଧିକ ସିରିଜ୍ ଭିଡିଓ ଜରିଆରେ ସେ ନିଜ ପ୍ରେମିକାର ରୋଗିଣୀ ମାଆକୁ କିଡନୀ ଦେଇଥିବା ପ୍ରକାଶ କରିଛନ୍ତି । ହେଲେ କିଡନୀ ପ୍ରତିରୋପଣର ମାସକ ପରେ ତାଙ୍କ ପ୍ରେମିକା ଅନ୍ୟ ଜଣେ ଯୁବକଙ୍କୁ ବିବାହ କରି ଚାଲିଯାଇଥିଲେ । ୟୁଟ୍ୟୁବରେ ମାର୍ଟିନେଜଙ୍କ ଭିଡିଓ ଭାଇରାଲ୍ ହେବା ପରେ ଅନେକ ଲୋକ ତାଙ୍କୁ ସମବେଦନା ଜଣାଇଛନ୍ତି ।

Comments are closed, but trackbacks and pingbacks are open.