Latest Odisha News

BREAKING NEWS

ଫଟା ପ୍ୟାଣ୍ଟ ପିନ୍ଧି ରାସ୍ତା କଡରୁ ବୋତଲ ଗୋଟାଉ ଥିଲେ, ମୃତ୍ୟୁ ପରେ ସମ୍ପତ୍ତି ଦେଖି ଲୋକଙ୍କ ହୋସ ଉଡିଗଲା

ଉତ୍ତର ସ୍ୱିଡେନର ଏକ ଛୋଟ ସହର ସ୍କେଲେଫ୍ଟିଆରେ ଜଣେ ଭିକାରୀକୁ ନେଇ ଏବେ ଚର୍ଚ୍ଚା ଧରିଛି । ଭିକାରୀଜଣକ ରାସ୍ତା କଡରୁ ଭଙ୍ଗା ପ୍ଲାଷ୍ଟିକ ଡବା ସଂଗ୍ରହ କରି ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିଛନ୍ତି । ସେ ଏହି ଡବାକୁ ନେଇ ବିକ୍ରି କରନ୍ତି । ବର୍ଷେ ନୁହେଁ କି ୨ ବର୍ଷ ନୁହେଁ, ପୁରା ୩୦ ବର୍ଷ ସେ ଏହି କାମରେ ସାରି ଦେଇଛନ୍ତି । ଡବା ବିକି ସେ ଯେତିକି ଟଙ୍କା ସଂଗ୍ରହ କରିଛନ୍ତି ତାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ଉକ୍ତ ବ୍ୟକ୍ତିଜଣକ ୧୪ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, କର୍ଟ ଡେଗରମ୍ୟାନ ନାମକ ଉକ୍ତ ବ୍ୟକ୍ତି ଜଣକ ସଡକ ଉପରୁ ବୋତଲ ଏବଂ ଡବା ସଂଗ୍ରହ କରିବା ପାଇଁ ସାରା ଦିନ ବୁଲୁଥାନ୍ତି । ସବୁବେଳେ ବ୍ଲୁ ଜାକେଟ ଏବଂ ଫଟା ପ୍ୟାଣ୍ଟ ପିନ୍ଧି ବୁଲୁଥିବା ଆଖପାଖ ଲୋକ ଦେଖି ଆସୁଥିଲେ । ବ୍ୟବହାର ପରେ ଲୋକେ ରାସ୍ତା କଡକୁ ଫିଙ୍ଗି ଦେଇଥିବା ବୋତଲ ଏବଂ ଡବାକୁ ଖୋଜୁଥାନ୍ତି । ଏସବୁକୁ ଏକାଠି କରିବା ପରେ ତାହାକୁ ରିସାଇକ୍ଲିଂ ସେଣ୍ଟରକୁ ଦିଅନ୍ତି । ଏହା ବଦଳରେ ଉକ୍ତ ସେଣ୍ଟର ତାଙ୍କୁ କିଛି ଟଙ୍କା ଦିଏ ।

ଇତି ମଧ୍ୟରେ ଡେଗରମ୍ୟାନ ପାଖ ଲାଇବ୍ରେରୀକୁ ଯାଆନ୍ତି । ସେଠାରେ ଖବରକାଗଜ ପଢୁ ପଢୁ ଶେୟାର ବଜାର ଖବର ପଢନ୍ତି । ତାଙ୍କୁ ଶ୍ୟୋର ବଜାର ଖବର ଭଲ ଲାଗିବାରୁ ନିୟମିତ ପଢୁ ପଢୁ ସେ ଏଥିରେ ବେଶ ଦକ୍ଷ ହୋଇଗଲେ । ଏହାପରେ ସେ କଣ୍ଟେନର ବିକି ରଖିଥିବା ଟଙ୍କା ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିଥିଲେ । ଏହି ନିବେଶରୁ ମିଳିଥିବା ଟଙ୍କାରେ ସେ ୧୨୪ଟି ସୁନାର ରଡ କିଣିଥିଲେ । ମୃତ୍ୟୁ ପରେ ତାଙ୍କର ଏତେ ସମ୍ପତ୍ତି ଥିବା ଲୋକେ ଜାଣିବାକୁ ପାଇଥିଲେ ।

 

Comments are closed.