Latest Odisha News

BREAKING NEWS

ବିଦ୍ୟୁତ ଆଘାତରେ ଚାଷୀ ମୃତ

କେନ୍ଦୁଝର : ବିଦ୍ୟୁତ ଆଘାତରେ ଅକାଳରେ ଚାଲିଗଲା ଚାଷୀଙ୍କ ଜୀବନ। ବଗିଚାରେ ମୋଟରରେ ପାଣି ମଡାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ କେନ୍ଦୁଝର ତୁରୁମଙ୍ଗା ଥାନା ବଲାଣିପଶି ଗାଁର ନୃସିଂହ ମହାନ୍ତ । ନୃସିହ ତାଙ୍କ ପରିବା ବଗିଚାରେ ପାଣି ଦେଉଥିବା ବେଳେ ତାଙ୍କୁ କରେଣ୍ଟ ମାରିଥିଲା। ସେ ଗୁରୁତର ହୋଇପଡ଼ିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣା ସ୍ଥଳରେ ତୁରୁମଙ୍ଗା ପୋଲିସ ପହଁଚି ମୃତ ଦେହକୁ ଜବତ କରିଛି।

Leave A Reply

Your email address will not be published.