Latest Odisha News

BREAKING NEWS

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ମୃତ, ୪ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଓ ରାୟଗଡା ଜିଲ୍ଲାରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଗୁଣ୍ଠବନ୍ଧା ଗ୍ରାମରେ କିଛି ବ୍ୟକ୍ତି ଚାଷ ଜମିକୁ ଯାଇଥିବା ବେଳେ ଦୁର୍ଭାଗ୍ୟବଶତଃ ସେମାନେ ବିଦ୍ୟୁତ୍ ତା’ର ସଂସ୍ପର୍ଶରେ ଆସିଥିଲେ । ମୃତ ବ୍ୟକ୍ତିଙ୍କ ନାମ ଦୁର୍ଯ୍ୟୋଧନ ମଲ୍ଲିକ ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ବନ୍ୟଜନ୍ତୁ ଉପଦ୍ରବରୁ ଫସଲକୁ ରକ୍ଷା କରିବା ଲାଗି ସ୍ଥାନୀୟ ବାସିନ୍ଦା ଜମିରେ ବିଦ୍ୟୁତ୍ ତା’ର ବିଛାଇଥିଲେ । ସେହି ରାସ୍ତା ଦେଇ ସେମାନେ ଆସୁଥିବା ବେଳେ ବିଦ୍ୟୁତାଘାତ ହୋଇଥିଲା । ପରେ ସେମାନଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ସହ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ସିଟି ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

ସେହିପରି ରାୟଗଡା ଜିଲ୍ଲାର ମୁନିଗଡା ଥାନା ଅନ୍ତର୍ଗତ ଏକ କ୍ରସର ପରିସରରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଜଣେ ଟିପ୍ପର ଚାଳକଙ୍କ ମୃତ୍ୟୁ ଘଟିଛି ।

ସୂଚନାନୁଯାୟୀ ସମ୍ପୃକ୍ତ ଚାଳକ କ୍ରସର ପରିସରରେ ଟିପ୍ପର ପାର୍କିଂ ସମୟରେ ସେ ଗାଡିର ଡାଲାକ ଉପରକୁ ଉଠାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ନେଇ ସୁତ୍ରରୁ ପ୍ରକାଶ ।

Comments are closed.