Latest Odisha News

BREAKING NEWS

ପୁରୀରେ ଯୁବକଙ୍କୁ ଗୁଳିମାଡ

ପୁରୀ: ପୁରୀ ଜିଲ୍ଲାସ୍ଥିତ କଞ୍ଜିଆ ଛକ ନିକଟରେ ସୋମବାର ଦିନ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ଯାହାକୁ ନେଇ ଉତ୍ତେଜିତ ବାସିନ୍ଦାମାନେ ରାସ୍ତା ଅବରୋଧ କରିଛନ୍ତି ।

ମୃତ ଯୁବକଙ୍କ ନାମ ପୁରେନ୍ଦ୍ର ବେହେରା ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ପୁରେନ୍ଦ୍ର ନୟାଗଡର ବାସିନ୍ଦା ହୋଇଥିବା ବେଳେ ସେ ପୁରୀରେ ନିଜ ଶ୍ୱଶୁର ଘରେ ରହୁଥିଲେ । ଗତକାଲି ରାତିରେ ସ୍ଥାନୀୟ ଏକ ଢାବାରେ ଖାଇବାକୁ ନେଇ କିଛି ଅଜଣା ବ୍ୟକ୍ତିଙ୍କ ତାଙ୍କର ଯୁକ୍ତିତର୍କ ହୋଇଥିଲା । ପରେ ସେମାନେ ଅଚାନକ ତାଙ୍କୁ ଗୁଳିମାଡ଼ କରିବା ସହ ଫେରାର ହୋଇଯାଇଥିଲେ। ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଛି । ଏହାବ୍ୟତିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.