Latest Odisha News

BREAKING NEWS

ଅଧିକ ଖର୍ଚ୍ଚ କରୁଥିଲେ ଦ୍ବିତୀୟ ପତ୍ନୀ; ରାସ୍ତାରୁ ହଟାଇବାକୁ ସ୍ବାମୀ କଲେ ପ୍ଲାନ

ଗ୍ୱାଲିଅର: ପତ୍ନୀଙ୍କ ଖର୍ଚ୍ଚକୁ ନେଇ ଚିନ୍ତାଗ୍ରସ୍ତ ଥିଲେ ସ୍ବାମୀ। ତାପରେ ରାସ୍ତାରୁ ହଟାଇବା ପାଇଁ ରଚିଲେ ପ୍ଲାନ। ପ୍ରଥମ ପତ୍ନୀ ଥିବା ସତ୍ବେ ମଉଜ ମଜଲିସ୍ ପାଇଁ ଅନ୍ୟ ଯୁବତୀଙ୍କୁ ଦ୍ବିତୀୟ ସ୍ତ୍ରୀ ଭାବେ ଗ୍ରହଣ କରିଥିଲେ।

ସୂଚନା ଅନୁଯାୟୀ, ଗ୍ୱାଲିଅରର ଝାନ୍ସୀ ରୋଡ୍ ଅଞ୍ଚଳରେ ଘଟିଛି ଏହି ଘଟଣା। ଅଗଷ୍ଟ ୧୩ରେ ଭାଇ ସନ୍ଦେଶଙ୍କ ସହ ବାଇକରେ ଯାଉଥିବା ଦୁର୍ଗାବତୀଙ୍କୁ ବିକି କାରଖାନା ନିକଟରେ ଏକ ଇକୋ ସ୍ପୋର୍ଟସ କାର ପଛରୁ ଧକ୍କା ଦେଇଥିଲା। ଏହା ପରେ ଗୁରୁତର ଅବସ୍ଥାରେ ଦୁର୍ଗାବତୀ ଏବଂ ସନ୍ଦେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁର୍ଗାବତୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ।

ପୋଲିସର ତଦନ୍ତରୁ ଜଣାପଡିଥିଲା ଯେ ଗତ କିଛି ଦିନ ହେବ ସ୍ୱାମୀ ଅଜୟ ଭାର୍ଗଭଙ୍କ ସହ ଦୁର୍ଗାବତୀଙ୍କ ସମ୍ପର୍କ ଭଲ ନଥିଲା। ଏପରିକି ଦ୍ୱିତୀୟ ପତ୍ନୀ ଭାବେ ଦୁର୍ଗାବତୀଙ୍କୁ ବିବାହ କରିଥିଲେ ଅଜୟ। କିନ୍ତୁ ତାଙ୍କ ପତ୍ନୀଙ୍କ ଅହେତୁକ ଖର୍ଚ୍ଚ ପାଇଁ ଅତିଷ୍ଠ ହୋଇପଡ଼ିଥିଲେ ଅଜୟ। ଦୁଇଟି ପରିବାରକୁ ଏକାସାଙ୍ଗରେ ଚଳାଇବା ଅଜୟଙ୍କ ପକ୍ଷେ କଷ୍ଟକର ହୋଇପଡିଥିଲା ବେଳେ ଦୁର୍ଗାବତୀଙ୍କୁ ରାସ୍ତାରୁ ହଟାଇବାକୁ ପ୍ଲାନ କରିଥିଲେ। ଆଉ ଏଥିପାଇଁ ସେ ନିଜ ସାଙ୍ଗମାନଙ୍କ ସହିତ ଷଡଯନ୍ତ୍ର କରି ସଡକ ଦୁର୍ଘଟଣାରେ ତାଙ୍କୁ ମାରିବାକୁ ପ୍ଲାନ କରିଥିଲେ।

ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଏବଂ କାର ଡ୍ରାଇଭରକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ଖୋଜା ଚାଲିଛି।

 

Comments are closed.