Latest Odisha News

BREAKING NEWS

ଆଇଆରସିଟିସିର ଭିଆଇପି ଲାଉଞ୍ଜରେ ଜୀଅନ୍ତା ବିଛା, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଟ୍ରେନରେ ଦିଆଯାଉଥିବା ଖାଦ୍ୟକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଇଛି। ବନ୍ଦେ ଭରତ ଟ୍ରେନର ପାନ୍ଟ୍ରି କାର ସହିତ ସାଧାରଣ ଟ୍ରେନରେ ମଧ୍ଯ ଖରାପ ଖାଦ୍ୟ ପରିବେଷଣ କରାଯାଉଥିବାର ନଜର ରହିଛି। ଏହାରି ମଧ୍ୟରେ ଦିଲ୍ଲୀର ଜଣେ ବ୍ୟକ୍ତି ଟ୍ରେନର ଭିଆଇପି ଲାଉଞ୍ଜର ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସେୟାର କରିଛନ୍ତି, ଯେଉଁଥିରେ ରାଇତା ଭିତରେ ଏକ ଜୀବନ୍ତ ବିଛା ଦେଖିବାକୁ ମିଳୁଛି।

ସୋସିଆଲ ମିଡିଆରେ ଆର୍ଯ୍ୟଂସନାମକ ଜଣେ ବ୍ୟକ୍ତିଙ୍କ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ସେ କହିଛନ୍ତି ଯେ ରେଳବାଇର ଭିଭିଆଇପି ଲାଉଞ୍ଜରେ ସେ ଏହି ରାଇତା ଖାଇଥିଲେ, ଯେଉଁଥିରେ ବିଛା ଭାସୁଥିଲା।  ସେ ଆହୁରି ମଧ୍ଯ କଟାକ୍ଷ କରି କହିଛନ୍ତି ଯେ ଭାରତୀୟ ରେଳବାଇର ଖାଦ୍ୟର ମାନ ପୂର୍ବ ଅପେକ୍ଷା ବହୁତ ଭଲ ହୋଇଛି।

ସେ କହିଛନ୍ତି ଯେ ବର୍ତ୍ତମାନ ସେମାନେ ଅତିରିକ୍ତ ପ୍ରୋଟିନ୍ ସହିତ ରାଇତା ପରିବେଷଣ କରୁଛନ୍ତି। ଏହା ସହିତ ଆର୍ଯ୍ୟ ମଧ୍ୟ ରାଇତାର ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ଏହି ଫଟୋ ଆଇଆରସିଟିସି ଭିଆଇପି ଏକଜିକ୍ୟୁଟିଭ୍ ଲାଉଞ୍ଜର ଅଟେ। ତେବେ ଆପଣ କଳ୍ପନା କରିପାରିବେ ଟ୍ରେନ୍ ଏବଂ ପ୍ୟାଣ୍ଟ୍ରି କାରରେ ପରିସ୍ଥିତି କ’ଣ ହେବ?

ଲାଉଞ୍ଜର ରାଇତାରେ ବିଛା ଦେଖିବା ପରେ ସେ ଚିତ୍କାର କରିଥିଲେ ଓ ସମସ୍ତଙ୍କୁ ଖାଇବାକୁ ମନା କରିଥିଲେ।

ଆଇଆରସିଟିସି ମଧ୍ୟ ଆର୍ଯ୍ୟଙ୍କ ପୋଷ୍ଟ ରେ ପ୍ରତିକ୍ରିୟା ରଖି ଷ୍ଟେସନର ନାମ ଏବଂ ସ୍ଥାନ ସହ ଆର୍ଯ୍ୟଙ୍କ ଖାଦ୍ୟ ରସିଦ, ବୁକିଂ ବିବରଣୀ, ଏବଂ ଫୋନ୍ ନମ୍ବର ମଧ୍ଯ ମାଗିଛି। ଯାହାଫଳରେ ସେମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

 

Comments are closed.