Latest Odisha News

BREAKING NEWS

୨୭ ମିନିଟ୍‌ରେ ଖାଇଲେ ୪୫୦୦ କ୍ୟାଲୋରି ବିଶିଷ୍ଟ ଖାଦ୍ୟ, ହେଲେ ବିଗିଡ଼ି ଗଲା ସ୍ୱାସ୍ଥ୍ୟ

ଲଣ୍ଡନ: ଆଜିକାଲି ପ୍ରତ୍ୟେକ ଲୋକ ସୋସିଆଲ ମିଡ଼ିଆରେ ନିଜର ଲୋକପ୍ରିୟତା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଫୁଡ୍ ବ୍ଲଗିଂର ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ମାତ୍ର ୨୭ ମିନିଟ୍‌ରେ ୪ହଜାର ୫ ଶହ କ୍ୟାଲୋରି ବିଶିଷ୍ଟ ଖାଦ୍ୟ ଖାଇ ଚର୍ଚ୍ଚାକୁ ଆସିଛନ୍ତି ।

ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ବିଭିନ୍ନ ଖାଦ୍ୟ ଖାଇବାକୁ ବେଶ୍ ପସନ୍ଦ କରନ୍ତି । ଏବେ ସୋସିଆଲ ମିଡିଆରେ ବହୁ ଫୁଡ୍ ବ୍ଲଗିଂର ଭିଡିଓ ଦେଖିବାକୁ ମିଳିଥାଏ । ଏଥିସହିତ ବହୁତ ଲୋକ ଫୁଡ୍ ଚ୍ୟାଲେଞ୍ଜରେ ମଧ୍ୟ ଭାଗ ନେଉଥିବା ଦେଖିବାକୁ ମିଳିଥାଏ । ୩୫ ବର୍ଷୀୟ ମାକ୍ସ ଷ୍ଟାନଫୋର୍ଡ ନାମକ ଜଣେ ବ୍ୟକ୍ତି ଲଣ୍ଡନରେ ରୁହନ୍ତି । ନିକଟରେ ସେ ଏକ ଫୁଡ୍ ଚ୍ୟାଲେଞ୍ଜ ନେଇଛନ୍ତି । ସେ ଏକ ବଡ଼ ଥାଳିରେ ଥିବା ୪୫୦୦ କ୍ୟାଲୋରିଯୁକ୍ତ ଖାଦ୍ୟକୁ ମାତ୍ର ୨୭ ମିନିଟ୍ ୨୫ ସେକେଣ୍ଡରେ ଖାଇ ରେକର୍ଡ କରିଛନ୍ତି ।

ମାକ୍ସ କହିଛନ୍ତି, ଏତେ ସାରା ଖାଦ୍ୟ ଖାଇ ତ ଦେଲି, ହେଲେ ତା’ ପରେ ତାଙ୍କ ଅବସ୍ଥା ବହୁତ ଖରାପ ହୋଇଗଲା । ପୂର୍ବରୁ ସେ ଅନେକ ଫୁଡ୍ ଚ୍ୟାଲେଞ୍ଜ ପୂରା କରିଛନ୍ତି । ମଣିଷ ଦିନକୁ ୨ ହଜାର କ୍ୟାଲୋରି ଖାଦ୍ୟ ଖାଇବା ଉଚିତ ।

Leave A Reply

Your email address will not be published.