Latest Odisha News

ନୟାଗଡରେ ଯୁବକଙ୍କୁ ନିର୍ମମ ହତ୍ୟା

ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଗ୍ରାମରେ ଗୁରୁବାର ଦିନ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି।

ମୃତକ ଜଣକ ଉକ୍ତ ଗ୍ରାମର କୃଷ୍ଣ ଚନ୍ଦ୍ର ରାଉତ ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଗୁରୁବାର ସକାଳେ କୃଷ୍ଣଙ୍କ ପରିବାର ଲୋକେ ଘରଠାରୁ କିଛି ଦୂରରେ ତାଙ୍କ ମୃତଦେହ ଠାବ କରିଥିଲେ । ପରବର୍ତ୍ତୀ ସମୟରେ ସେମାନେ ଏନେଇ ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥବବା ନେଇ ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ଏଯାବତ୍ ହତ୍ୟାକାଣ୍ଡର ସଠିକ୍ କାରଣ ଜଣାପଡିନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଏଭଳି ଅଘଟଣ ଘଟାଇଥିବା ନେଇ ପୋଲିସ ସନ୍ଦେହ ପ୍ରକାଶ କରୁଥିବା ସୁତ୍ରରୁ ପ୍ରକାଶ । ତେବେ ପୋଲିସ ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ଏନେଇ ପରିବାର ବର୍ଗଙ୍କୁ ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.