Latest Odisha News

BREAKING NEWS

ଆରପାରିରେ ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ରାଜକୁମାର ବଡଜାତ୍ୟା

ମୁମ୍ବାଇ : ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ରାଜକୁମାର ବଡଜାତ୍ୟାଙ୍କର ଗୁରୁବାର ଦିନ ମୁମ୍ବାଇ ସ୍ଥିତ ସାର୍ ଏଚଏନ୍ ରିଲାୟନ୍ସ ଫାଉଡେସନ୍ ହସ୍ପିଟାଲରେ ଦେହାନ୍ତ ଘଟିଛି ।

ଏନେଇ ତାଙ୍କ ପ୍ରଡକ୍ସନ ହାଉସ୍ ରାଜଶ୍ରୀ ଫିଲ୍ମ ଟ୍ୱିଟ୍ କରିଛି ।

ଏହି ଖ୍ୟାତନାମା ଫିଲ୍ମ ନିର୍ମାତା ରାଜକୁମାର ନିଜ ଧର୍ମପତ୍ନୀ ସୁଧା ବଡଜାତ୍ୟା ଏବଂ ପୁଅ ସରୋଜ ବଡଜାତ୍ୟାଙ୍କ ସହ ରହୁଥିଲେ।

ତାଙ୍କ ନିର୍ମିତ ସୁପରହିଟ୍ ଚଳଚ୍ଚିତ୍ର ଗୁଡିକ ମଧ୍ୟରେ ୨୦୦୫ରେ ରିଲିଜ୍ ହୋଇଥିବା ‘ପ୍ରେମ ରତନ ଧନ୍ ପାୟୋ’, ୧୯୯୯ ରେ ‘ହମ୍ ସାଥ୍ ସାଥ୍ ହେଁ’, ୧୯୯୪ରେ ‘ହମ୍ ଆପ୍ କେ ହେଁ କୌନ୍’ ଏବଂ ୧୯୮୯ ମସିହାରେ ରିଲିଜ ହୋଇଥିବା ‘ମେନେ ପ୍ୟାର୍ କିୟା’ ଆଦି ରହିଛି ।

ରାଜକୁମାରଙ୍କ ବିୟୋଗରେ ବଲିଉଡ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.