Latest Odisha News

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଫାଶି ଦଣ୍ଡାଦେଶ

ଭୁବନେଶ୍ୱର: ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଫାଶି ଦଣ୍ଡାଦେଶ । ଅଭିଯୁକ୍ତ ସଂଜିତ ଦାସକୁ ଫାଶି ଦଣ୍ଡାଦେଶ ଶୁଣାଇଲେ ଏଡିଜେ-୨ କୋର୍ଟ। ଗତ ୨୦୨୨ ଜୁନ୍‌ ୯ରେ ଖଣ୍ଡଗିରି ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ। ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ସଂଜିତ।

ସୂଚନା ଅନୁସାରେ, ଗତ ୨୦୨୨ ମସିହା ଜୁନ ୯ ତାରିଖରେ ଖଣ୍ଡଗିରି ଅଞ୍ଚଳରେ ଅଭିଯୁକ୍ତ ସଂଜିତ ଛୁରିରେ ସ୍ତ୍ରୀଙ୍କ ଗଳା କାଟି ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ଏତିକିରେ ବି ସନ୍ତୁଷ୍ଟ ହୋଇନଥିଲା ଅଭିଯୁକ୍ତ ସ୍ବାମୀ। ସ୍ତ୍ରୀର ଦେହସାରା ଛୁରି ଭୁସିବା ସହ ପେଟରୁ ଅନ୍ତବୁଜୁଳା ବାହାର କରି ଦେଇଥିଲେ ନୃଶଂସ ସ୍ବାମୀ। ଏଥିସହ ନିଜ ୬ବର୍ଷର ଝିଅକୁ ମରଣାନ୍ତକ ଆକ୍ରମଣ କରିବା ସହ ଗଳାକାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଖବର ପାଇ ଖଣ୍ଡଗିରି ଓ ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଘରୁ ସରସ୍ବତୀଙ୍କ ମୃତଦେହ ଜବତ କରିଥିଲା। ସାଇଣ୍ଟିଫିକ ଟିମ୍ ବିଭିନ୍ନ ନମୁନା ଓ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିବା ସହ ହତ୍ୟାରେ ବ୍ୟବହୃତ ଛୁରିକୁ ଜବତ କରିଥିଲା। ପରେ ଏଭଳି ନାରକୀୟ କାଣ୍ଡ ଭିଆଇ ଲୁଚି ବୁଲୁଥିବା ଅଭିଯୁକ୍ତ ସ୍ବାମୀ ସଞ୍ଜିତ ଦାସଙ୍କୁ ପୋଲିସ କାବୁ କରିଥିଲା।

Comments are closed.