Latest Odisha News

୭୨ ବର୍ଷ ବୟସରେ ସ୍ନାତକୋତ୍ତର ହାସଲ କଲେ ବୃଦ୍ଧ

ଜର୍ଜିଆ: ବୟସ କେବଳ ଏକ ସଂଖ୍ୟା, ଏହାକୁ ପ୍ରମାଣିତ କରି ଦେଖାଛନ୍ତି ଜଣେ ୭୨ ବର୍ଷ ବୟସର ବୃଦ୍ଧ । ଏହି ବୟସରେ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଡ଼ିଗ୍ରୀ ଗ୍ରହଣ କରିବା ସମୟରେ ଆୟୋଜିତ ଉତ୍ସବରେ ତାଙ୍କର ୯୮ ବର୍ଷ ବୟସ୍କା ମାଆ ମଧ୍ୟ ଉପସ୍ଥିତ ଥିଲେ । ସେ ହାତରେ ଡିଗ୍ରୀ ନେବା ମାତ୍ରେ ବୃଦ୍ଧ ଜଣକ ଭାବପ୍ରବଣ ହୋଇପଡ଼ିଥିଲେ ।

BjdElectrycity

ନ୍ୟୁୟର୍କର ଜର୍ଜିଆର ବାସିନ୍ଦା ସାମ୍ କପ୍ଲାନ । ସେ କାର ଡ଼୍ରାଇଭର ଥିଲେ । ଦିନେ ସେ ଜାଣିବାକୁ ପାଇଲେ ଯେ, ଏକ ବିଶ୍ୱବିଦ୍ୟାଳୟ ଏପରି ଡିଗ୍ରୀ ଦେଉଛି, ଯେଉଁଥିରେ କୌଣସି ବୟସସୀମା ନାହିଁ । ସେ ଭାବିଲେ ଘରେ ରହି ଉଚ୍ଚଶିକ୍ଷା କରିପାରିବେ । ଖାସ୍‌କରି ତାଙ୍କ ଘରେ କେହି ଉଚ୍ଚ ଶିକ୍ଷା ଲାଭ କରିନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ୨୦୧୯ ମସିହାରେ ସାମ୍ କଲେଜରୁ ଫର୍ମ ଆଣି ନାମ ଲେଖାଇଲେ । ନାମ ସିନା ଲେଖାଇଦେଲେ, ହେଲେ ଛୋଟ ଛୋଟ ପିଲାଙ୍କ ପାଖରେ କେମିତି ବସି ପଢିବେ ସେ ନେଇ ଚିନ୍ତିତ ହୋଇପଡ଼ିଲେ । ନିଜ ମନକୁ ଦୃଢ କରି ଶେଷରେ ସେ ତାଙ୍କ ପାଠ୍ୟକ୍ରମ ଶେଷ କଲେ ।

ସାମ୍‌୍ କହିଛନ୍ତି ଯେ, ଗତ ଗୁରୁବାର ମୁଁ ଯେତେବେଳେ ସ୍ନାତକ ଡ଼ିଗ୍ରୀ ହାସଲ କଲି, ସେତେବେଳେ ମୁଁ ଭାବପ୍ରବଣ ହୋଇଗଲି । କାରଣ ସେହି ସମୟରେ ମୋର ୯୮ ବର୍ଷର ମାଆ ମୋ ସାମ୍ନାରେ ଉପସ୍ଥିତ ଥିଲେ । ସବୁବେଳେ ତାଙ୍କ ସ୍ୱପ୍ନ ଥିଲା ଯେ ମୁଁ ଅଧିକରୁ ଅଧିକ ଅଧ୍ୟୟନ କରିବା ଉଚିତ୍ । କିନ୍ତୁ ମୁଁ ଏହା କରିପାରିଲି ନାହିଁ । ମୁଁ ଦେଖିଲି ସେ ମଧ୍ୟ କାନ୍ଦୁଛି । ଏହା ମୋ ପାଇଁ ଏକ ଗର୍ବର ମୁହୂର୍ତ୍ତ ଥିଲା । ମୁଁ ସବୁବେଳେ ଲେଖିବାକୁ ଭଲ ପାଏ । କାହାଣୀ ଶୁଣିବାକୁ ମୋତେ ବହୁତ ଭଲ ଲାଗେ । ଆଗକୁ ମୁଁ ସିନେମା ଏବଂ ମିଡିଆ ଆର୍ଟରେ ମୋର ଡିଗ୍ରୀ ଶେଷ କରି କାହାଣୀ ଲେଖକ ହେବାକୁ ଇଚ୍ଛା କରୁଛି । ଏପରି କରିଥିବାରୁ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି ।

Leave A Reply

Your email address will not be published.