Latest Odisha News

BREAKING NEWS

ଶପଥ ନେବା ପୂର୍ବରୁ ନାଏବ ସିଂ ସୈନିଙ୍କୁ ହତ୍ୟା ଧମକ

ହରିୟାଣା: ଶପଥ ନେବା ପୂର୍ବରୁ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ। ହ୍ବାଟ୍ସଆପ୍‌ ଜରିଆରେ ସୈନିଙ୍କୁ ଧମକ ଦେଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗୋଟିଏ ପଟେ ମହାରାଷ୍ଟ୍ର ଏନସିପି ନେତା ବାବା ସିଦ୍ଦିକଙ୍କୁ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଅନ୍ୟପଟେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନିଙ୍କୁ ମିଳିଛି ହତ୍ୟା ଧମକ।

ସୂଚନା ଅନୁସାରେ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଜଣାପଡ଼ିଛି। ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ହେଉଛି ଆଜମେର। ତାକୁ ଜୁଲାନା ପୋଲିସ ଶନିବାର ଗିରଫ କରିଛି। ସେ ଜିନ୍ଦ ଜିଲ୍ଲାସ୍ଥିତ ଦେବାରର ଗାଁର ମୂଳ ବାସିନ୍ଦା। ଜିନ୍ଦ ଏପ୍‌ପି କହିଛନ୍ତି ଆଜ୍‌ମେର ଅକ୍ଟୋବର ୮ ତାରିଖରେ ଭୋଟ ଗଣତି ବେଳେ ଏକ ହ୍ବାଟ୍ସଆପ ଗ୍ରୁପ୍‌ରେ ହତ୍ୟା ଧମକ ଦେଇଥିଲା।

ହରିୟାଣାରେ ଲଗାତାର ତୃତୀୟ ଥର ପାଇଁ ସରକାର କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ସୂଚନା ଥାଉକି ଆସନ୍ତା ୧୭ରେ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଏବ ସିଂ ସୈନି। ପଞ୍ଚକୁଲାରେ ନୂଆ ସରକାରର ଶପଥ ସମାରୋହ ଉତ୍ସବ ଆୟୋଜିତ ହେବ। ସକାଳ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ସାମିଲେ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Leave A Reply

Your email address will not be published.