Latest Odisha News

ମଦ୍ୟପାନ କରିବା ପରେ ମାସେ ଯାଏଁ ରହିଲେ ନିଶାରେ ବ୍ୟକ୍ତି, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା କ୍ୟାନସର, ଯକୃତ ରୋଗ ଆଦି ରୋଗ ହେବାର ଆଶଙ୍କା ବଢିଥାଏ । ମଦ୍ୟପାନ କରିବା ପରେ କିଛି ସମୟ ବା ଗୋଟିଏ ଦିନ ଯାଏଁ ଅତିବେଶୀରେ ନିଶା ରହିଥାଏ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ମଦ୍ୟପାନ କରିବା ପରେ ତାର ନିଶା ମାସେ ଯାଏଁ ରହିଥିଲା । ଏ ନେଇ ସେ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି ।

BjdElectrycity

ଜଣେ ୩୭ ବର୍ଷ ବୟସ୍କା ବ୍ୟକ୍ତି ବହୁଦିନ ଧରି ମୁଣ୍ଡବିନ୍ଧା ଏବଂ ସ୍ପଷ୍ଟ ଦେଖା ନ ଯିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏହି ସମସ୍ୟାଗୁଡିକୁ ସେ କେବଳ ୨-୪ ଦିନ ନୁହେଁ ବରଂ ପ୍ରାୟ ଏକ ମାସ ଧରି ଭୋଗୁଥିଲେ । ପ୍ରାରମ୍ଭରେ ଡାକ୍ତରମାନେ ତାଙ୍କ ସମସ୍ୟାର କାରଣ ନ ବୁଝିପାରିବାରୁ ସିଟି ସ୍କାନ କରାଇଥିଲେ । ପରେ ରିପୋର୍ଟ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ରିପୋର୍ଟ ମିଳିବା ପରେ ଡାକ୍ତରମାନେ ଉକ୍ତ ବ୍ୟକ୍ତିଙ୍କ ଜୀବନଶୈଳୀ ବିଷୟରେ ପଚାରି ବୁଝିଥିଲେ । ଏହାପରେ ତାଙ୍କର ରୋଗର କାରଣ ଜଣାପଡିଥିଲା । ବ୍ୟକ୍ତି ଜଣକ ୨୮ ଲିଟର ବିୟର ପିଇଥିବା ନେଇ କହିଥିଲେ । ଯାହାକୁ ଶୁଣି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏତେ ମାତ୍ରାରେ ମଦ ପିଇବା ଯୋଗୁ ମାସ ଯାକ ତାଙ୍କ ନିଶା ଯାଉ ନ ଥିଲା । ଏଥିପାଇଁ ସେ ଦୀର୍ଘ ସମୟ ନିଶା ରହିଥିବା ବ୍ୟକ୍ତି ଭାବେ ରେକର୍ଡ ସୃଷ୍ଟି କରିଛନ୍ତି ।

Leave A Reply

Your email address will not be published.