Latest Odisha News

BREAKING NEWS

୬ ଫୁଟ ୩ ଇଞ୍ଚ ପ୍ରେମିକାକୁ ୫ ଫୁଟ୍ ୮ ଇଞ୍ଚ ପ୍ରେମିକ: ଲୋକେ ବୁଲି ବୁଲି ଚାହୁଁଛନ୍ତି

ବ୍ରିଟେନ: ଯୁବକଙ୍କର ଉଚ୍ଚତା କିଛି ବିଶେଷ ନୁହେଁ, କିନ୍ତୁ ତାଙ୍କ ଗର୍ଲଫ୍ରେଣ୍ଡ ବହୁତ ଡ଼େଙ୍ଗା । ଯେତେବେଳେ ଦୁହେଁ ଏକାଠି ବାହାରକୁ ଯାଆନ୍ତି, ଲୋକମାନେ ଉପରୁ ତଳ ପର୍ଯ୍ୟନ୍ତ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ବୁଲି ବୁଲି ଚାହାଁନ୍ତି । ସେମାନଙ୍କ ଉଚ୍ଚତାରେ ଏତେ ପାର୍ଥକ୍ୟ ଯେ, ଏହି ଯୋଡ଼ି ଏବେ ଖୁବ୍ ଚର୍ଚ୍ଚାରେ । ଯାହାକୁ ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

BjdElectrycity

ସାଧାରଣତଃ ଦମ୍ପତିଙ୍କ ମଧ୍ୟରେ ଝିଅମାନଙ୍କର ଉଚ୍ଚତା ସବୁବେଳେ ପୁଅମାନଙ୍କ ତୁଳନାରେ କମ୍ ଥାଏ । ପୁଅଠାରୁ ଝିଅର ଉଚ୍ଚତା ବେଶୀ ହେଲେ ଏହି ଯୋଡ଼ିକୁ କେହି ପସନ୍ଦ ମଧ୍ୟ କରନ୍ତି ନାହିଁ । କିନ୍ତୁ ବ୍ରିଟେନର ଏକ ପ୍ରେମୀଯୁଗଳଙ୍କ ଉଚ୍ଚତାରେ ବୈଷ୍ୟମତାକୁ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା । ୨୯ ବର୍ଷୀୟା ଲିଜି ଜାଡେ ଗ୍ରୁମ୍ବ୍ରିଜ୍ ନାମକ ଜଣେ ଯୁବତୀ ବ୍ରିଟେନରେ ରୁହନ୍ତି । ତାଙ୍କର ଉଚ୍ଚତା ୬ ଫୁଟ ୩ ଇଞ୍ଚ, ଯାହା ଝିିଅମାନଙ୍କ ପାଇଁ ବହୁତ ଅଧିକ ଅଟେ । ହେଲେ ତାଙ୍କ ପ୍ରେମିକ ଜେମ୍ସଙ୍କ ଉଚ୍ଚତା ପୁଅମାନଙ୍କ ତୁଳନାରେ ଟିକେ କମ୍ । ଯାଦବଙ୍କର ଉଚ୍ଚତା ୫ଫୁଟ ୮ ଇଞ୍ଚ ।

ଲିଜି କହିଛନ୍ତି ଯେ, ମୋର ଉଚ୍ଚତା ଅଧିକ ଯୋଗୁ ମୋତେ ପିଲାବେଳୁ ଥଟ୍ଟା ପରିହାସର ସାମ୍ନା କରିବାକୁ ପଡ଼ୁଥିଲା । ୧୬ ବର୍ଷ ବୟସରେ ମୋର ଉଚ୍ଚତା ୬ ଫୁଟ ହୋଇଯାଇଥିଲା । କିନ୍ତୁ ଏବେ ମୋର ଉଚ୍ଚତା ଯୋଗୁ ଆତ୍ମବିଶ୍ୱାସ ବଢିଛି । ନିଜ ପସନ୍ଦ ଅନୁଯାୟୀ ପୋଷାକ ପିନ୍ଧିବା ସହ ହାଇ ହିଲ୍ ବି ପିନ୍ଧେ । ସବୁଠୁ ବଡ଼ କଥା, ମୁଁ ଯେତେବେଳେ ମୋ ପ୍ରେମିକ ଜେମ୍ସଙ୍କ ସହ ବାହାରକୁ ଯାଏ ଲୋକମାନେ ମୋତେ ବୁଲି ବୁଲି ଚାହିଁଥାନ୍ତି । ଆମ ଯୋଡ଼ିକୁ ଦେଖି ଅନେକ ନକରାତ୍ମକ ମନ୍ତବ୍ୟ ବି ଦେଇଥାନ୍ତି । କିନ୍ତୁ କିଏ କ’ଣ କହିଲା ତାକୁ ଆମେ ଗୁରୁତ୍ୱ ଦେଇ ନ ଥାଉ । ଆମ ସମ୍ପର୍କ ଭିତରେ କେବେ ବି ଉଚ୍ଚତାକୁ ନେଇ ପ୍ରଶ୍ନ ଉଠିନାହିଁ । ଆମେ ଅଧିକାଂଶ ସମୟ ଆମର ଯୋଡ଼ି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁ । ଏହାକୁ ଦେଖି ଅନେକ ଆମ ଉଚ୍ଚତାକୁ ନେଇ ପରିହାସ ବି କରନ୍ତି । ଜେମ୍ସ ବି କୌଣସି ନକାରାତ୍ମକ ମନ୍ତବ୍ୟ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ, ଯାହା ମୋତେ ଖୁବ୍ ପସନ୍ଦ ଲାଗେ ।

 

Leave A Reply

Your email address will not be published.