Latest Odisha News

BREAKING NEWS

ବିଜେଡିର ‘ମାଆଙ୍କୁ ସମ୍ମାନ’ ନାରାକୁ ମିଛ କହି ସମାଲୋଚନା କଲା କଂଗ୍ରେସ

ଭୁବନେଶ୍ୱର: ଦିଲ୍ଲୀ ଅଧ୍ୟାଦେଶକୁ ସମର୍ଥନ ଓ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବା ନେଇ ନିଷ୍ପତ୍ତି ନେବା ପରେ ବର୍ଷିଛି କଂଗ୍ରେସ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରକୁ ସମାଲୋଚନା କରିଛନ୍ତି ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।

ବିଜୟ କହିଛନ୍ତି, ଏହି ନିଷ୍ପତ୍ତି ସହ ବିଜେଡିର ଅସଲ ଚେହେରା ପଦାକୁ ଆସିଛି । ବିଜେପି ନିକଟରେ ବିଜେଡି ଆତ୍ମସମର୍ପଣ କରି ଦେଇଥିବା ଅଭିଯୋଗ କରିଛନ୍ତି ବିଜୟ । କହିଛନ୍ତି, ବିଜେଡିର ଭୋଟ୍ ବ୍ୟାଙ୍କ ହେଉଛନ୍ତି ମହିଳା ଭୋଟର । ଦଳ ଦାବି କରୁଛି ମହିଳାଙ୍କୁ ସେମାନେ ସମ୍ମାନ ଦିଅନ୍ତି । ତେବେ ମଣିପୁର ମହିଳାଙ୍କ ପ୍ରତି ଏହା ସମ୍ମାନ କି ବୋଲି ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ ପରିପ୍ରେକ୍ଷୀରେ ପ୍ରଶ୍ନ କରିଛନ୍ତି ବିଜୟ ।

ମଣିପୁର ହିଂସାକୁ ନେଇ ବିଭିନ୍ନ ବିରୋଧୀ ଦଳ ଶାସକ ବିଜେପି ନେତୃତ୍ୱାଧୀନ ମୋଦି ସରକାର ବିରୋଧରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ୩ ମାସ ହେଲା ମଣିପୁର ଜଳୁଥିବା ବେଳେ ମହିଳାଙ୍କ ସହ ବର୍ବରତାର ଭିଡିଓ ଭାଇରାଲ୍ ହେବା ବିଶ୍ୱସ୍ତରରେ ଭାରତକୁ ନିନ୍ଦିତ କରିଛି ।

ଏହା ପୂର୍ବରୁ ବିଜେଡିର ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର କହିଥିଲେ, ଦଳ ଦିଲ୍ଲୀ ସର୍ଭିସ୍ ଅର୍ଡିଆନ୍ସକୁ ସମର୍ଥନ କରିବା ସହ କେନ୍ଦ୍ର ସରକାର ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ।

Leave A Reply

Your email address will not be published.