Latest Odisha News

BREAKING NEWS

ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗୁଜରାଟରୁ ଗିରଫ

କଟକ: ବିଜେଡ଼ି ସାଂସଦ ତଥା ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ କମିଶନରେଟ ପୋଲିସ ରବିବାର ଦିନ ଗୁଜରାଟରୁ ଗିରଫ କରିଛି ।

ଏହି ଘଟଣା ସମ୍ପର୍କରେ ଅନୁଭବ ମହାନ୍ତି ଏପ୍ରିଲ ୩୦ ତାରିଖରେ ପୁରୀଘାଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଗୁଜରାଟରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅନୁଭବଙ୍କୁ ହତ୍ୟା ଧମକ ଦିଆଯାଇଥିବା ସେ ତାଙ୍କ ଏତଲାରେ ଲିଖିତ ଅଭିଯୋଗ କରିଥିଲେ ।

ମିଳିଥିବା ସୂଚନାନୁଯାୟୀ, ଅଭିଯୁକ୍ତ ବ୍ୟକ୍ତି ଜଣକ କଟକ ଝାଞ୍ଜିରୀମଙ୍ଗଳାରେ ମିସ୍ତ୍ରୀ କାମ କରୁଛନ୍ତି ଏବଂ ସେ ତାଙ୍କ ହ୍ୱାଟ୍ସଆପ ମାଧ୍ୟମରେ ଅନୁଭବଙ୍କୁ ୧୦ ଲକ୍ଷ ଟଙ୍କା ମାଗିବାକୁ ଧମକ ଦେଇଥିଲେ । ଅନ୍ୟଥା ଜୀବନରୁ ମାରି ଦେବାକୁ ଧମକପୂର୍ଣ୍ଣ ମେସେଜ୍ ଦେଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗୁଜରାଟରୁ ଗିରଫ କରିଛନ୍ତି ।

Leave A Reply

Your email address will not be published.