Latest Odisha News

BREAKING NEWS

ମୁହଁ ଖୋଲିଲେ ଦୂତୀ: ନିଜ ବାନ୍ଧବୀଙ୍କ ସହ ରଖିଛନ୍ତି ସମଲିଙ୍ଗୀ ସମ୍ପର୍କ

ନୂଆଦିଲ୍ଲୀ: ନିଜର ସମଲିଙ୍ଗୀ ଯୌନ ସମ୍ପର୍କ ସ୍ଥାପନ କରିବା ନେଇ ଦୌଡ଼ରାଣୀ ଦୂତୀ ଚାନ୍ଦ ଏବେ ଏକ ମହା ଖୁଲାସା କରିଛନ୍ତି ।

ଋବିବାର ଦିନ ‘ଦି ଇଣ୍ଡିଆନ ଏକ୍ସପ୍ରେସ’ ଦୈନିକ ଖବର କାଗଜର ପ୍ରଥମ ପୃଷ୍ଠାରେ ଏକ ଖବର ପ୍ରକାଶିତ ହୋଇଛି, ଯେଉଁଥିରେ ପ୍ରକାଶ ପାଇଛି ଯେ, ଭାରତର ଦ୍ରୁତତମ ମହିଳା ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ନିଜ ରାଜ୍ୟ ଓଡ଼ିଶାରେ ତଥା ନିଜର ଗାଁ ଚକ ଗୋପାଳପୁରରେ ନିଜ ପ୍ରେମୀଙ୍କ ସହିତ ସମ୍ପର୍କରେ ରହିଛନ୍ତି ।

ସେ ତାଙ୍କ ବାନ୍ଧବୀଙ୍କ ନାମ ପ୍ରକାଶ କରିବାକୁ ସ୍ପଷ୍ଟ ମନା କରିଦେଇଛନ୍ତି, କାରଣ ସେ ଚର୍ଚ୍ଚାର ପରିସରକୁ ଏବେ ନ ଆସନ୍ତୁ ବୋଲି ଦୂତୀ ଚାହୁଁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତବର୍ଷ ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୩୭୭ ରେ ସୁପ୍ରିମକୋର୍ଟ ସମଲିଙ୍ଗୀ ଯୌନ ସମ୍ପର୍କ ସ୍ଥାପନକୁ ସମର୍ଥନ କରି ଏକ ଐତିହାସିକ ରାୟ ଦେବାପରେ ସେ ଏହିକଥାକୁ ବାହାରେ ପ୍ରକାଶ କରିବାକୁ ଇଚ୍ଛା ପ୍ରକଟ କରିଛନ୍ତି ।

“I HAVE FOUND SOMEONE WHO IS MY SOULMATE. I BELIEVE EVERYONE SHOULD HAVE THE FREEDOM TO BE WITH WHOEVER THEY DECIDE THEY WANT TO BE WITH. I HAVE ALWAYS SUPPORTED THE RIGHTS OF THOSE WHO WANT TO BE IN A SAME-SEX RELATIONSHIP. IT IS INDIVIDUAL PERSON’S CHOICE.

“CURRENTLY, MY FOCUS IS ON THE WORLD CHAMPIONSHIP AND THE OLYMPIC GAMES BUT IN THE FUTURE, I WOULD LIKE TO SETTLE DOWN WITH HER,” DUTEE TOLD THE NEWSPAPER.

ଭାରତୀୟ କ୍ରୀଡ଼ା ଇତିହାସରେ ଏହା ନିଶ୍ଚିତ ରୂପେ ପ୍ରଥମ ଘଟଣା ଯେ, ଜଣେ କ୍ରୀଡ଼ାବିତ ନିଜର ସମଲିଙ୍ଗୀ ଯୌନ ସମ୍ପର୍କ ସ୍ଥାପନକୁ ସର୍ବସାଧାରଣରେ ସ୍ୱୀକାର କରିଛନ୍ତି ଏବଂ ସାହସ ମଧ୍ୟ କରିଛନ୍ତି । ଓଡ଼ିଶାର ଗୌରବ ତଥା ଦୌଡ଼ରାଣୀ ଦୂତୀ ଚାନ୍ଦ ୨୦୧୮ ଏସିଆନ ଗେମ୍ସର ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଜାତୀୟ ରେକର୍ଡ଼ ସ୍ଥାପନା କରି ରୌପ୍ୟ ପଦକ ହାସଲ କରିବା ପରେ ଦେଶରେ ଚର୍ଚ୍ଚିତ ହୋଇପଡ଼ିଥିଲେ । ସେ ବର୍ତ୍ତମାନ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା ଲାଗି ପ୍ରସ୍ତୁତ ହେଉଛନ୍ତି ଏବଂ ୨୦୨୦ ଟୋକିଓ ଅଲିମ୍ପିକ୍ସ ଲାଗି ଜୋରଦାର୍ ପରିଶ୍ରମ ମଧ୍ୟ କରୁଛନ୍ତି ।

” I HAVE ALWAYS BELIEVED THAT EVERYONE SHOULD HAVE THE FREEDOM TO LOVE. THERE IS NO GREATER EMOTION THAN LOVE AND IT SHOULD NOT BE DENIED. THE SUPREME COURT HAS ALSO STRUCK DOWN THE OLD LAW. I BELIEVE THAT NOBODY HAS THE RIGHT TO JUDGE ME AS AN ATHLETE BECAUSE OF MY DECISION TO BE WITH WHO I WANT. IT IS A PERSONAL DECISION WHICH SHOULD BE RESPECTED,” SHE SAID.

ଆଥଲେଟିକ୍ସରେ ମହିଳା ମାନଙ୍କ ଲାଗି ରହିଥିବା କଟକଣାକୁ ଦୂତି ସବୁବେଳେ ଦୃଢ ସ୍ୱରରେ ସମାଲୋଚନା କରି ଆସିଛନ୍ତି । ଦୂତିଙ୍କ ଲାଗି ଟେଷ୍ଟୋଷ୍ଟେରନକୁ ନେଇ ଅନ୍ତର୍ଜାତୀୟ କ୍ରୀଡ଼ା ଜଗତରେ ଅନେକ ସମର୍ଥନ ମିଳିପାରିଛି ।

Leave A Reply

Your email address will not be published.