Latest Odisha News

BREAKING NEWS

ଦୁଷ୍କର୍ମ ପରେ ବ୍ଲାକମେଲିଂ ଅଭିଯୋଗ; ବନ୍ଧା ହେଲେ ଅଭିଯୁକ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲିଂ କରିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣେ ଟେଲର ମାଷ୍ଟରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅନୁଗୁଳ ଥାନା ଇଲାକା ଶାବଳ ଭଙ୍ଗା ଗ୍ରାମ ମାଣପୁର ସାହିର ଟୁକୁନା ସାହୁ।

ପ୍ରାପ୍ତ ସୂଚନାନୁସାରେ, ଅଭିଯୁକ୍ତ ଟୁକୁନା ସାହୁ ପେଷାରେ ଜଣେ ଟେଲର ମାଷ୍ଟର । ସେ ୩୨ ବର୍ଷୀୟା ଜଣେ ବିବାହିତା ମହିଳାଙ୍କୁ ପ୍ରେମ ଜାଲରେ ଫସାଇଥିଲେ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ମାତ୍ର ପରେ ଟେଲର ମାଷ୍ଟର ଜଣଙ୍କ ମହିଳାଙ୍କୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଦେଖାଇ ବ୍ଲାକମେଲିଂ କରିଥିବା ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି।

ତେବେ ଅଭିଯୋଗ ଆଧାରରେ ଅନୁଗୁଳ ପୋଲିସ ଉକ୍ତ ଟେଲର ମାଷ୍ଟରଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

 

Comments are closed.