Latest Odisha News

ରାସ୍ତା ମଝିରେ ଯୁବକଙ୍କୁ ଗୁଳି କଲେ ୪ ଦୁର୍ବୃତ୍ତ

ବାଲେଶ୍ୱର: ବାଲେଶ୍ବର ରାସ୍ତାରେ ଫୁଟିଲା ଗୁଳି । ଜିମ୍‌ରୁ ଫେରିବା ବେଳେ ଜଣେ ଯୁବକଙ୍କୁ ୪ ଜଣ ଦୁର୍ବୃତ୍ତ ଗୁଳି ମାଡ କରିଥିବା ଅଭିଯୋଗ ହୋଇଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳର ମନରୋଞ୍ଜନ ନାମକ ଜଣେ ବ୍ୟକ୍ତି ଜିମରୁ ଘରକୁ ଫେରୁଥିବା ବେଳେ ହଠାତ୍ ରାସ୍ତାରେ ୪ ଜଣ ଦୁର୍ବୃତ୍ତ ବୁଲେଟ୍‌ରେ ଆସି ବାଲିଆ ନିକଟରେ ତାଙ୍କ ଉପରକୁ ଗୁଳିମାଡ କରିଥିଲା । ଫଳରେ ଭୟରେ ଦୌଡିଯାଇ ବ୍ୟକ୍ତି ଜଣଙ୍କ ପାଖରେ ଥିବା ବିଧାୟକଙ୍କ ଘରକୁ ପଶିଯାଇଥିଲେ । ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇ ଯାଇଥିଲେ । ଗୁଳିଟି ତାଙ୍କ ମୁହଁ ଛୁଇଁ ଚାଲିଯାଇଥିବା ବେଳେ ତାଙ୍କୁ ଆାହତ ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ବିଧାୟକ । ଏହାସହ ତାଙ୍କ ପରିବାରଙ୍କୁ ମଧ୍ୟ ସୂଚନା ଦେଇଥିଲେ । ତେବେ ମନୋରଞ୍ଜନ ପେଶାରେ ଜଣେ ଜମି ବିକାଳି ହୋଇଥିବା ବେଳେ ଅଭିଯୁକ୍ତମାନେ କିଏ ଓ କାହିଁକି ଗୁଳିମାଡ କଲେ ତାହାର କାରଣ ଅସ୍ପଷ୍ଟ ରହିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରି ପୋଲିସର ଘଟଣାର ତଦନ୍ତ କରୁଛି ।

Comments are closed.