Latest Odisha News

ବାନ୍ଧବୀଙ୍କ ପଡୋଶୀକୁ ମାରିବାକୁ ହେୟାର ଡ୍ରାୟରରେ ଭରିଥିଲେ ବିସ୍ଫୋରକ

ବାଗାଲକୋଟ: ବାଗାଲକୋଟ ଜିଲ୍ଲାର ଇଲକାଲ ସହରରେ ହେୟାର ଡ୍ରାୟର ବ୍ଲାଷ୍ଟ ମାମଲାରେ  ଜଣେ ଖଣି କର୍ମଚାରୀଙ୍କ ହାତ ଥିବା ନେଇ  ଅନୁସନ୍ଧାନରୁ ଜଣାପଡିଛି।

ପୋଲିସର ସୂଚନା ଅନୁଯାୟୀ, ଖଣି କର୍ମଚାରୀ ସିଦ୍ଦପ୍ପା ଶିଲାୱନ୍ତ (୩୫) ନଭେମ୍ବର ୧୫ରେ ଶଶିକଳା ନାମକ ଜଣେ ମହିଳାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ କିନ୍ତୁ ସେଥିରେ ତାଙ୍କ ପ୍ରେମିକା ବସୱା ରାଜେଶ୍ୱରୀ ଆହତ ହୋଇଥିଲେ। ତେବେ ତାଙ୍କୁ ଗିରଫ କରିବା ପରେ ସେ ନିଜ ଅପରାଧ ସ୍ୱୀକାର କରିଛନ୍ତି।

ଶିଲାୱନ୍ତ କୋପ୍ପଲ ଜିଲ୍ଲାର କୁଷ୍ଟଗି ତାଲୁକର ବାସିନ୍ଦା ଅଟନ୍ତି ଯିଏକି ଏକ ଗ୍ରାନାଇଟ୍ କମ୍ପାନୀରେ କାମ କରୁଥିଲେ। ତେବେ ସେଠାରେ  ବ୍ୟବହୃତ ହେଉଥିବା ବିସ୍ଫୋରକ ବିଷୟରେ ତାଙ୍କୁ ଭଲଭାବେ  ଜଣାଥିଲା। ତେଣୁ ସେ ଶଶିକଳାଙ୍କୁ ରାସ୍ତାରୁ ହଟାଇବା ପାଇଁ ଷଡଯନ୍ତ୍ର କରିଥିଲେ, କାରଣ ସେ ସନ୍ଦେହ କରୁଥିଲେ ଯେ ତାଙ୍କ ପ୍ରେମିକା ରାଜେଶ୍ୱରୀ ଓ ତାଙ୍କ ମଧ୍ୟରେ ଶଶିକଳା ମତଭେଦ ସୃଷ୍ଟି କରୁଛନ୍ତି।

ତେବେ ରାଜେଶ୍ୱରୀ ଜଣେ ବିଧବା ଥିଲେ ଏବଂ ଶିଲୱନ୍ତଙ୍କୁ ଭଲ ପାଉଥିଲେ। ରାଜେଶ୍ୱରୀ ଏବଂ ଶଶିକଳାଙ୍କ ମଧ୍ୟରେ ବନ୍ଧୁତା ହେବାପରେ ଗତ ଏକ ମାସ ଧରି ଶିଲୱନ୍ତଙ୍କ ଠାରୁ ଦୂରେଇ  ରହୁଥିଲେ। ତେଣୁ ଶିଲୱନ୍ତ ରାଗିଯାଇ ହେୟାର ଡ୍ରାୟରରେ ଡିଟୋନେଟର ଲଗାଇ ଏହାକୁ ଶଶିକଳାଙ୍କ ଠିକଣାକୁ ପଠାଇଥିଲେ।

ତେବେ ୧୫ ନଭେମ୍ବରରେ ଶଶିକଳା ଏହାକୁ ପାଇଥିଲେ କିନ୍ତୁ ସେହି ସମୟରେ ସେ କିଛି କାମରେ ବ୍ୟସ୍ତ ଥିବାରୁ ସେ ପାଖରେ ଥିବା ରାଜେଶ୍ୱରୀଙ୍କୁ ଖୋଲିବାକୁ ଦେଇଥିଲେ। ଯେତେବେଳେ ରାଜେଶ୍ୱରୀ ହେୟାର ଡ୍ରାୟର ଖୋଲି ଏହାକୁ ଷ୍ଟାର୍ଟ କରିଥିଲେ ଏହା ତାଙ୍କ ପାପୁଲି ରେ ଫାଟିଯାଇଥିଲା ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

Comments are closed.