ସୋନପୁର: ଲୁହା ରଡରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଛି ପିଶାଚ ସ୍ୱାମୀ । କାଳେ କିଏ ଜାଣିବ ସେଥିପାଇଁ ଏକା ଏକା ପତ୍ନୀଙ୍କ ଶବକୁ ନେଇ ସତ୍କାର ବି କରି ଦେଇଛି । ଏକା ଏକା ଏତେ କାମ କରିବା ପରେ ବି ସାହି ପଡିଶା ଏପରିକି ପରିବାର ଲାେକେ କେହି କିଛି ବି ଜାଣି ପାରିଲେନି । ଏମିତି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣ ପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ।
ଅଡାକସା ଗ୍ରାମର ଦୁଃଖୀଶ୍ୟାମ ଭୁଏ ବୌଧ ଜିଲ୍ଲା ମନୁମୁଣ୍ଡା ଥାନା କିରକିଚିଆପାଲି ର କିଶୋରୀ ଭୁଏଙ୍କୁ ବିବାହ କରିଥିଲେ । ବିବାହର ୪ ବର୍ଷ ପୁରିନି । ପାରିବାରିକ ବିବାଦ ଦାମ୍ପତ୍ୟ ଜୀବନକୁ ନର୍କ କରି ଦେଲା । ଗତ ୧୭ ତାରିଖରେ କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ର ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଦୁଃଖିଶ୍ୟାମ ପତ୍ନୀଙ୍କୁ ଲୁହା ରଡରେ ପିଟିଥିଲେ । ଏମିିତି ନିଷ୍ଠୁର ଭାବେ ପଟିଥିଲେ ଯେ ପତ୍ନୀ କିଶୋରୀଙ୍କ ଜୀବନ ଚାଲି ଯାଇଥିଲା ।
କାଳେ ପରିବାର ଲାେକେ କିମ୍ବା ସାହି ପଡ଼ିଶା ଦେଖିଦେବେ ସେଥିପାଇଁ କାହାକୁ କିଛି ନ କହି ଶବକୁ ସତ୍କାର କରି ଦେଇଥିଲେ । ଘଟଣା ଗତ ୧୭ ତାରିଖରେ ଘଟିଥିଲେ ହଁ ୪ ଦିନ ପରେ ଗ୍ରାମବାସୀ ଓ ଝିଅ ଘର ପକ୍ଷ ମିଳିତ ଭାବେ ଥାନାରେ ଅଭିଯୋଗ ହୋଇଛି । ପ୍ରଥମେ ଗ୍ରାମବାସୀ ବିନିକା ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି । ପରେ ମୃତ କିଶୋରୀଙ୍କ ବାପ ଘର ଲୋକେ ମଧ୍ୟ ଆଜି ବିନିକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୁବର୍ଣ୍ଣପୁର ଏସଡିପିଓ ଏବଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଯାଇ ଅଧିକ ତଦନ୍ତ କରିଛି ।
Comments are closed.