Latest Odisha News

ପଡ଼ୋଶୀଙ୍କ ବିବାହରେ ନାଚିଲେ ବୋଲି ସ୍ତ୍ରୀକୁ ଶାବଳରେ ପିଟି ମାରି ଦେଲା ସ୍ୱାମୀ

ବାଲେଶ୍ୱର: ସ୍ତ୍ରୀ ଖୁସିରେ ନାଚିବାରୁ ଜୀବନ ନେଇଗଲା ସ୍ୱାମୀ। ପୋଡ଼ୋଶୀ ବିବାହ ଉତ୍ସବରେ ନାଚିବାରୁ ସ୍ତ୍ରୀକୁ ଶାବଳରେ ପିଟି ପିଟି ମାରିଦେଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ପାଇକପଡ଼ା ଗାଁର ସିଂହ ସାହିରେ।

ମିଳିଥିବା ସୂଚନା ଅନୁସାରେ, ପାଇକପଡ଼ା ସିଂହ ସିଂହ ସାହିର ରାମ ସିଂର ପତ୍ନୀ ଶର୍ମିଳା ପଡ଼ୋଶୀଙ୍କ ବିବାହରେ ଖୁସିରେ ନାଚିଥିଲେ। ପଡ଼ୋଶୀଙ୍କ ବିବାହରେ ଏମିତି ନାଚିବା ରାମକୁ ଭଲ ଲାଗି ନଥିଲା। ଏଥିରେ ରାଗିଯାଇ ରାମ ସିଂ ଶର୍ମିଳାଙ୍କୁ ଗାଳିଗୁଲଜ କରିଥିଲେ। ରାଗ ଏଥେ ଚରମ ସୀମାରେ ପହଞ୍ଚିଥିଲା ଯେ ରାମ ସିଂହ ତାଙ୍କ ସ୍ତ୍ରୀକୁ ଶାବଳରେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶର୍ମିଳାଙ୍କ ମୃତ୍ୟୁ ହୋଇଥିଲା।

ହତ୍ୟାକାଣ୍ଡ ପରେ ଗାଁ ଲୋକମାନେ ପୁଲିସକୁ ଖବର ଦେଇଥିଲା। ଖବର ପାଇ ଔପଦା ଥାନା ପୁଲିସ ପହଞ୍ଚି ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ରାମ ସିଂକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ବାହାଘର ଉତ୍ସବରେ ନାଚିବାରୁ ଯେ ଏତେବଡ଼ କାଣ୍ଡ ହୋଇଯିବା ଏକଥା କେହି ବିଶ୍ୱାସ କରିପାରୁ ନାହାନ୍ତି।  ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Comments are closed.