Latest Odisha News

ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ

କଳାହାଣ୍ଡି : କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତ ମହୁଳମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି  । ଜଣେ ଯୁବକଙ୍କୁ ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି  । ମୃତ ଯୁବକ ଜଣକ ହେଲେ ମହୁଳମୁଣ୍ଡା ଗ୍ରାମର ଦୟାନିଧି ଦୁଣ୍ଡକିଆ  । ସୂଚନା ଅନୁଯାୟୀ ଦୟାନିଧି ଦୁଣ୍ଡକିଆଙ୍କ ପୈତୃକ ଗାଁ ମହୁଳମୁଣ୍ଡା ହୋଇଥିବା ବେଳେ ଦୀର୍ଘବର୍ଷ ଧରି ଚିଲିଗୁଡ଼ା ଗାଁରେ ରହି ଆସୁଥିଲେ ।

ସୋମବାର ଦୟାନିଧି ଦୁଣ୍ଡକିଆଙ୍କ ଜମିରେ ଧାନ କଟା ଚାଲିଥିବା ବେଳେ ସେ ଚାଷଜମିକୁ ଆସିଥିଲେ । ହେଲେ ସନ୍ଧ୍ୟା ସମୟରେ ତାଙ୍କର ହତ୍ୟାକାଣ୍ଡ ହୋଇଥିବା ହୋଇଥିବା ନେଇ ପୁଲିସ ସୁଚନା ଦେଇଥିଲା।  ଏନେଇ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି l

ଜମି ବିବାଦକୁ ନେଇ ହତ୍ୟା କରିଥିବା ନେଇ ହତ୍ୟା କରିଥିବା ମୃତକଙ୍କ ପତ୍ନୀ ସାଧନୀ ଦୁଣ୍ଡକିଆ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ କୋକସରା ପୁଲିସ ଅଧିକାରୀ ପ୍ରସନ୍ନ କୁମାର  ବେହେରା ଓ ଟିମ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଆଜି ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ କରିବା ପରେ ହତ୍ୟାକାଣ୍ଡ ପଛର ସତ୍ୟତା ଜଣାପଡିବ ବୋଲି କୋକସରା ପୁଲିସ ପକ୍ଷରୁ ସୂଚନା ମିଳିଛି l

Leave A Reply

Your email address will not be published.