Latest Odisha News

BREAKING NEWS

୩୮ ବର୍ଷ ପରେ ଲାଭା ଉଦଗୀରଣ କଲା ହୱାଇର ଜ୍ୱାଳାମୁଖୀ

ହୱାଇ: ହୱାଇର ପୁରାତନ ଜ୍ୱାଳାମୁଖୀ ମାଉନା ଲାଓ ୩୮ ବର୍ଷ ଲାଭା ଉଦଗୀରଣ କରିଛି । ୟୁଏସ ଜିଓଲୋଜିକାଲ ସର୍ଭେ ଅନୁସାରେ ରବିବାର ରାତିରେ ଏ ନେଇ ସୂଚନା ମିଳି ସାରିଥିଲା । ସେଥିପାଇଁ ଏର୍ମଜେନ୍ସି କ୍ରୁକୁ ଆଲର୍ଟ ରଖାଯାଇଛି । ଲାଭା ଉଦଗୀରଣ ହେବା ପରେ କୌଣସି କ୍ଷୟ କ୍ଷତି ହୋଇ ନାହିଁ । ନିୟନ୍ତ୍ରିତ ଅଂଚଳ ପର୍ଯ୍ୟନ୍ତ ଏହା ବ୍ୟାପିଛି । ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ୧୯୮୪ରେ ଏହା ଶେଷ ଥର ପାଇଁ ଉଜ୍ଜୀବୀତ ହୋଇଥିଲା । ସେ ସମୟରେ ୨୨ ଦିନ ଧରି କ୍ରମାଗତ ଲାଭା ଉଦଗୀରଣ ହୋଇଥିଲା । ହୱାଇରେ ୬ଟି ଆକ୍ଟିଭ ଜ୍ୱାଳାମୂଖୀ ଅଛି ।

ଏହା ମଧ୍ୟରେ ମୌନାଲାଓଙ୍କୁ ଦୁନିଆର ସବୁଠାରୁ ବଡ ଭୋଲକାନୋ ବୋଲି ବିବେଚନା କରାଯାଇଥାଏ । ୧୮୪୩ରୁ ଏହା ୩୩ ଥର ଲାଭା ଉଦୀଗରଣ କରି ସାରିଲାଣି । ୨୦୧୮ରେ ଏହାର ରୂପ ଭୟଙ୍କର ହୋଇଥିଲା । ସେ ସମୟରେ ୭୦୦ ଘର ଜଳିପୋଡି ନଷ୍ଟ ହୋଇ ଯାଇଥିଲା ।

Leave A Reply

Your email address will not be published.