Latest Odisha News

ସାମାନ୍ୟ ମାଛଧରାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଜଣେ ମୃତ

ଯାଜପୁର: ମାଛଧରାକୁ କେନ୍ଦ୍ର କରି ଗଣ୍ଡଗୋଳ । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଚଷାଖଣ୍ଡ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଚଷାଖଣ୍ଡ ଗାଁର ଧୀରେନ୍ଦ୍ର ଜେନା ।

ଅଭିଯୋଗ ଅନୁସାରେ, କିଛି ଦିନ ତଳେ ମାଛଧରାକୁ କେନ୍ଦ୍ର କରି ଧୀରେନ୍ଦ୍ରଙ୍କର ସହ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କ ସହ ବଚସା ହୋଇଥିଲା । ସେହି ଘଟଣାକୁ କେନ୍ଦ୍ରକରି ଗତକାଲି ରାତିରେ କିଛି ଦୁର୍ବୁତ୍ତ ଧୀରେନ୍ଦ୍ରକୁ ଗାଁ ମୁଣ୍ଡରେ ତେଣ୍ଟା ଓ କଟୁରିରେ ଆକ୍ରମଣ କରିଥିଲେ ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଧୀରେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇତିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପଠାଯାଇଥିଲା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ମଙ୍ଗଳପୁର ଥାନା ପୋଲିସ ୫ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Comments are closed, but trackbacks and pingbacks are open.