Latest Odisha News

BREAKING NEWS

ଘର ଲୋକଙ୍କ ଠାରୁ ଠିକଣା ନେଇ ଭିଆଇଲେ କାଣ୍ଡ, ନେଇଗଲେ ଯୁବକଙ୍କ ଜୀବନ

ପୁରୀ: ଘର ଲୋକଙ୍କ ଠାରୁ ଯୁବକଙ୍କ ଠିକଣା ପଚାରିଲେ, ଠିକଣା ପାଇ ନେଇଗଲେ ଜୀବନ । ଏମିତି କିଛି ବୀଭତ୍ସ ହତ୍ୟାକାଣ୍ଡର ଅଭିଯୋଗ ଆସିଛି ପୁରୀରୁ । ଆଉ ମୃତକ ଜଣଙ୍କ ହେଉଛନ୍ତି ପୁରୀ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନର ଦିନେଶ କୁମାର ଖୁଣ୍ଟିଆ ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଟାଉନଥାନା ଅନ୍ତର୍ଗତ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନ୍ ଠାରେ କିଛି  ‌ଦିନେଶଙ୍କୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ର ସହ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ତେବେ ଘଟଣାକୁ ନେଇ ଦିନେଶଙ୍କ ଭାଇ ଅଭିଯୋଗ କରିଛନ୍ତି, ଯେ ତାଙ୍କ ଭାଇକୁ ଅଭିଯୁକ୍ତ କାହ୍ନା ଓ ତାର ପରିବାର ଲୋକେ ହତ୍ୟା କରିଚନ୍ତି । ଏନେଇ ତାଙ୍କ ଭାଇ କହିଛନ୍ତି, ଅଭିଯୁକ୍ତମାନେ ଫୋନ କରି ଦିନେଶକୁ ଘର ବାହାରକୁ ଡାକିଥିଲେ ।  ଦିନେଶ ଘରେ ନଥିବା କହି ସେ ବଜାର ଯାଇଥିବା ନେଇ କହିଥିଲେ ଦିନେଶଙ୍କ ଭାଇ ।

ଖବର ପାଇବା ପରେ ଦିନେଶ ବଜାରରୁ ଘରକୁ ଫେରୁଥିବା ସମୟରେ ଟାଉନଥାନା ଅନ୍ତର୍ଗତ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନ୍ ଛକ ନିକଟରେ ଅଭିଯୁକ୍ତ ମାନେ ତାଙ୍କୁ ଆକ୍ରମଣ କରିଥିଲେ। ୫ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଛୁରୀ ଓ କଟୁରୀରେ ଆକ୍ରମଣ କରିବା ପରେ ଦିନେଶଙ୍କ ବାମପଟ ବେକରେ ଆଘାତ ଲାଗିଥିଲା। ଏହାପରେ ଦିନେଶଙ୍କୁ ମରିବା ଅବସ୍ଥାରେ ଛାଡିଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ପରେ ଖବର ପାଇ ପରିବାର ଲୋକ ଘଟଣା ସ୍ଥଳକୁ ଯାଇ ଦିନେଶକୁ ଉଦ୍ଧାର କରି ମେଡିକାଲ ନେଇଥିଲେ । ତେବେ ସେଠାରେ ଡାକ୍ତର ଦିନେଶକୁ ମୃତ ଘୋଷଣା କରିଥିଲେ ।

ଅନ୍ୟପକ୍ଷରେ ଖବରପାଇ ଟାଉନଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଥିବା ବେଳେ ଏହାକୁ ନେଇ ଅଧିକ ଛାନଭିନ ଆରମ୍ଭ କରିଛି ପୋଲିସ୍ ।

Comments are closed.