Latest Odisha News

BREAKING NEWS

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା, ପ୍ରମାଣ ନଷ୍ଟ ପାଇଁ ପୋଡ଼ିଦେଲେ ମୃତଦେହ

ମାଲକାନଗିରି: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ । ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା । ଏଭଳ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ପଡ଼ିଆ ବ୍ଳକ ଉଦୟଗିରି ଗାଁରୁ । ହତ୍ୟା କରିବା ପରେ ଦୁର୍ବୃତ୍ତ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ମଶାଣୀରେ ନେଇ ପୋଡ଼ି ଦେଇଥିଲେ ।

ମୃତକ ହେଲେ ଉଦୟଗିରି ଗାଁର ବାଗା କବାସୀ । ଗତକାଲି କିଛି ଲୋକ ଗୁଣି ଗାରେଡ଼ି କରୁଥିବା ସନ୍ଦେହ କରି ଘର ଆଗରେ ହତ୍ୟା କରିଥିଲେ। ପରେ ଗାଁଠାରୁ କିଛି ଦୂରରେ ଥିବା ମଶାଣିରେ ପୋଡ଼ି ଦେଇଥିଲେ ମୃତଦେହ ।

ବାଗା କବାସୀଙ୍କ ପରିବାର ଲୋକ ଏନେଇ ପଡ଼ିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ କିଛି ଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ।

Leave A Reply

Your email address will not be published.