Latest Odisha News

BREAKING NEWS

ରାଜ୍ୟରେ ଆଉ ୧୭ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୭ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୯୯୧ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବାଲେଶ୍ୱରରୁ ୩, ବରଗଡରୁ ୧, ଭୁବନେଶ୍ୱରରୁ ୨, କନ୍ଧମାଳରୁ ୧, କଳାହାଣ୍ଡିରୁ ୧, ଖୋର୍ଦ୍ଧାରୁ ୨, ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୨, ନୟାଗଡରୁ ୧, ପୁରୀରୁ ୨ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କ ସମ୍ପର୍କରେ ସବିଶେଷ ବିବରଣୀ ଜାଣନ୍ତୁ…

୧. ବାଲେଶ୍ବର ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨. ବାଲେଶ୍ବର ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କା ମହିଳା ରହିଛନ୍ତି।

୩. ବାଲେଶ୍ବର ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ମଧୁମେହରେ ପୀଡିତ ଥିଲେ।

୪. ବରଗଡ ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ମଧୁମେହରେ ପୀଡିତ ଥିଲେ।

୫. ଭୁବନେଶ୍ୱରର ଜଣେ ୭୫ ବର୍ଷ ବୟସ୍କା ମହିଳା।

୬. ଭୁବନେଶ୍ୱରର ଜଣେ ୭୨ ବର୍ଷ ବୟସ୍କ ପୁରୁଷ।

୭. କଳାହାଣ୍ଡି ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ମଧୁମେହରେ ପୀଡିତ ଥିଲେ।

୮. କନ୍ଧମାଳ ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ମଧୁମେହ ରୋଗରେ ପୀଡିତ ଥିଲେ।

୯. ଖୋର୍ଦ୍ଧା ଜିଲ୍ଲାର ଜଣେ ୬୪ ବର୍ଷ ବୟସ୍କ ପୁରୁଷ ରହିଛନ୍ତି।

୧୦. ଖୋର୍ଦ୍ଧା ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ ରହିଛନ୍ତି।

୧୧. ମାଲକାନଗିରି ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ ରହିଛନ୍ତି।

୧୨. ମୟୂରଭଞ୍ଜ ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କ ପୁରୁଷ ରହିଛନ୍ତି।

୧୩. ମୟୂରଭଞ୍ଜ ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ମଧୁମେହରେ ମଧ୍ୟ ପୀଡିତ ଥିଲେ।

୧୪. ନୟାଗଡ଼ ଜିଲ୍ଲାର ଜଣେ ୮୦ ବର୍ଷ ବୟସ୍କ ପୁରୁଷ ରହିଛନ୍ତି।

୧୫. ପୁରୀ ଜିଲ୍ଲାର ଜଣେ ୯୦ ବର୍ଷ ବୟସ୍କ ପୁରୁଷ ରହିଛନ୍ତି।

୧୬. ପୁରୀ ଜିଲ୍ଲାର ଜଣେ ୮୦ ବର୍ଷ ବୟସ୍କା ମହିଳା ରହିଛନ୍ତି। ଯିଏକି ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୭. ସୁବର୍ଣ୍ଣପୁର ଜିଲ୍ଲାର ଜଣେ ୬୭ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

 

Leave A Reply

Your email address will not be published.