ଅମରାବତୀ: ନାବାଳିକା ଝିଅର ପ୍ରେମକୁ ସ୍ୱୀକାର କରିପାରିନପାରି ଜନ୍ମ କଲା ଝିଅକୁ ବାପ କଲା ହତ୍ୟା। ପରେ ସୋଶିଆଲ ମିଡିଆରେ ଘଟଣା ବାବଦରେ ବଖାଣିଲା ସେହି ମୁହୂର୍ତ୍ତର ସତ। ମିଳିଥିବା ସୂଚନା ଅନୁସାରେ ଝିଅଟି ପଡ଼ୋଶୀରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ପ୍ରେମକରୁଥିଲା। ଏହାକୁ ନେଇ ଝିଅର ବାପା ଅସନ୍ତୁଷ୍ଟ ଥିବାରୁ ଶେଷରେ ଏପରି ଏକ ଚରମ ପଦକ୍ଷେପ ନେଇଥିବା ସୂଚନା ରହିଛି।
ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଜଣେ ବ୍ୟକ୍ତି ନିଜର ୧୬ ବର୍ଷର ଝିଅକୁ ହତ୍ୟା କରିବା ପରେ ସୋସିଆଲ ମିଡିଆରେ ନିଜେ କରିଥିବା ଅପରାଧକୁ ସ୍ୱୀକାର କରିଛି। ଏହାପରେ ପୋଲିସ ଅଭିଯୁକ୍ତ ବାପକୁ ଗିରଫ କରିଛି। ଭିଡିଓରେ ଅଭିଯୁକ୍ତ ଭରା ପ୍ରସାଦ ଦାବି କରିଛନ୍ତି ଯେ ସେ ତାଙ୍କ ନାବାଳିକା ନିକିତା ଶ୍ରୀଙ୍କୁ ହତ୍ୟା କରିଛନ୍ତି, କାରଣ ଝିଅ ପାଠ ପଢାକୁ ଅଣଦେଖା କରୁଥିଲା ଏବଂ ପଡ଼ୋଶୀରେ ଥିବା ଜଣେ ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କରେ ଅଧିକ ସମୟ ଦେଉଥିଲା।
ଗିରଫ ଅଭିଯୁକ୍ତ ଜଣଙ୍କ ପେଶାରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର। ସେ କହିଛନ୍ତି ଯେ ସେ ତାଙ୍କ ଝିଅକୁ ସ୍କୁଲ ବହି ଏବଂ ଅନ୍ୟାନ୍ୟ ଜିନିଷ ଦେଇଥିଲେ। ମନ ଦେଇ ପାଠ ପଢିବାକୁ ମଧ୍ୟ କହିଥିଲେ। ହେଲେ ସେ ପଡୋଶୀ ସହିତ କୌଣସି ପ୍ରକାର ପ୍ରେସ ସମ୍ପର୍କ ନରଖିବାକୁ ସତର୍କ କରାଇଥିଲେ। ହେଲେ ଝିଅ ଶୁଣିନଥିଲା। ତେଣୁ ବାଧ୍ୟ ହୋଇ ହତ୍ୟା କରିବାକୁ ଚିନ୍ତା କଲି।
ଭାଇଜାଗ ସିଟି ପୋଲିସଙ୍କ ସୂଚନା ଅନୁଯାୟୀ ଏହି ଘଟଣା ଶୁକ୍ରବାର ପ୍ରାୟ ୪.୩୦ ସମୟରେ ଘଟିଛି। ପୋଲିସ କହିଛି ଯେ ପ୍ରସାଦ ତାଙ୍କ ଝିଅକୁ ବେଲ୍ଟରେ ବାନ୍ଧି ହତ୍ୟା କରି ହତ୍ୟା କରିଛନ୍ତି। ପରେ ସେ ଏକ ଭିଡିଓ ରେକର୍ଡ କରିଥିଲେ ଯେଉଁଥିରେ ସେ ଅପରାଧ ସ୍ୱୀକାର କରିଥିଲେ।
ମିଳିଥିବା ସୂଚନା ଅନୁସାରେ ୧୩ ବର୍ଷ ପୂର୍ବେ ଅଭିଯୁକ୍ତଙ୍କ ପତ୍ନୀ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ପଳାଇ ଯାଇଥିଲେ। ଏହାପରେ ତାଙ୍କ ବଡ ଝିଅ ମଧ୍ୟ ପ୍ରେମ ସମ୍ପର୍କ ପାଇଁ ଘର ଛାଡି ପଳାଇଥିଲେ। ଏହାପରେ ତାଙ୍କ ସାନ ଝିଅ ପ୍ରେମ କରୁଥିବା ଜାଣି ଅଭିଯୁକ୍ତ ଜଣଙ୍କ ନିରାଶ ହୋଇପଡିଥିଲେ। ପରେ ଏପରି ଏକ ଚରମ ପଦକ୍ଷେପ ନେଇଥିଲେ।
Comments are closed.