Latest Odisha News

BREAKING NEWS

ଦରଦାମ ବୃଦ୍ଧି ନେଲା ପୁରା ପରିବାରର ଜୀବନ, ଖାଦ୍ୟ ଯୋଗେଇ ନପାରିବାରୁ ପତ୍ନୀ ସହ ୭ ପିଲାଙ୍କୁ ମାରିଦେଲା ବାପା

ନୂଆଦିଲ୍ଲୀ: ସହି ପାରିଲାନି ଭୋକର ଜ୍ଵାଳା । ଶେଷରେ ପରିବାରର ସମସ୍ତଙ୍କୁ କଲା ହତ୍ୟା । ଦିନ କୁ ଦିନ ପାକିସ୍ଥାନର ଅବସ୍ଥା ସଙ୍କଟାପନ୍ନ ହେବାରେ ଲାଗିଛି । ଦର ଦାମ ଆକାଶ ଛୁଆଁ । ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟକର ହୋଇପଡିଲାଣି । ଏପରି ସ୍ଥଳରେ ପରିବାରକୁ ଖାଦ୍ୟ ଯୋଗାଇବା ଘରର ମୁଖିଆଙ୍କ ପାଇଁ କାଠିକର ପାଠ ହୋଇପଡିଛି । ପାଖରେ ଟଙ୍କା ନାହିଁ କି ଖାଇବାକୁ ଖାଦ୍ୟ । କେମିତି ବା ଚଳେଇଥାନ୍ତେ ପୁରା ପରିବାରକୁ । ଶେଷରେ ନେଲେ ଚରମ ନିଷ୍ପତି । ପୁରା ପରିବାରକୁ କଲେ ହତ୍ୟା । ଏପରି ହୃଦୟବିଦାରକ ଘଟଣା ଘଟିଛି ପାକିସ୍ଥାନର ପଞ୍ଜାବ ପ୍ରଦେଶରେ ।

ସୂଚନା ଅନୁସାରେ, ଏହି ଘଟଣା ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଘଟିଛି। ସଜ୍ଜାଦ ଖୋଖର ନାମକ ଜଣେ ବ୍ୟକ୍ତି ତାଙ୍କ ୭ ସନ୍ତାନ ଓ ପତ୍ନୀଙ୍କୁ ଖାଦ୍ୟ ଯୋଗାଇ ନପାରିବାରୁ ହତ୍ୟା କରିଛନ୍ତି । ଟଙ୍କା ଅଭାବରୁ ଅଭିଯୁକ୍ତ ଜଣକ ସବୁବେଳେ ଚିନ୍ତାରେ ରହୁଥିଲା । ଏବଂ ଏଥିପାଇଂ ପତ୍ନୀଙ୍କ ସହ ଡ଼ଦୟ ଅନେକ ସମୟରେ ବିବାଦ ଲାଗି ରହୂଥିଲା । ଘଟଣା ପରେ ପଞ୍ଜାବ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣାରେ ସଜ୍ଜାଦର ୪୨ ବର୍ଷିୟା ପତ୍ନୀ, ୪ ଝିଅ ଓ ୩ ପୁଅଙ୍କର ମୃତ୍ୟୁ ଘଟିଛି ।

ପୋଲିସର କହିବା ଅନୁସାରେ, ଅଭିଯୁକ୍ତ ଜଣଙ୍କ କୁରାଢିରେ ପୁରା ପରିବାରକୁ ହତ୍ୟା କରିଛି । ଘଟଣା ଘଟାଇବା ପରେ ଅଭିଯୁକ୍ତଜଣଙ୍କ ନିଜେ ଥାନାରେ ଆତ୍ମସମର୍ପଣ କରି ନିଜର ଦୋଷ ସ୍ଵିକାର କରିଛି । ଅଭିଯୁକ୍ତ ଜଣକ ପୋଲିସକୁ କହିଛି ଯେ, ସେ ନିଜ ପିଲା ଓ ପତ୍ନୀଙ୍କୁ ଖାଇବାକୁ ଦେଇ ନପାରିବାରୁ ଏହି କାଣ୍ଡ ଘଟାଇଛି । ଉକ୍ତ ଘଟଣା ପାକିସ୍ତାନ ସମେତ ସମଗ୍ର ବିଶ୍ୱକୁ ଚକିତ କରିଛି ।

Leave A Reply

Your email address will not be published.