Latest Odisha News

BREAKING NEWS

ହମାସ ସହ ଯୁଦ୍ଧ ସମୟରେ ଇସ୍ରାଏଲ ଯିବେ ୬ ହଜାର ଭାରତୀୟ ଶ୍ରମିକ

ନୂଆଦିଲ୍ଲୀ: ଇସ୍ରାଏଲ ଯିବେ ୬ ହଜାର ଭାରତୀୟ ଶ୍ରମିକ । ଇସ୍ରାଏଲ ଏହାର ବିଭିନ୍ନ ନିର୍ମାଣ କାର୍ଯ୍ୟ ନିମନ୍ତେ ଚଳିତ ବର୍ଷ ଏପ୍ରିଲ-ମେ’ ମାସରେ ଭାରତରୁ ୬ ହଜାର ଶ୍ରମିକଙ୍କୁ ନେବ । ଏନେଇ ଇସ୍ରାଏଲକୁ ଭାରତ ସରକାର ଆବଶ୍ୟକ ଅନୁମତି ପ୍ରଦାନ କରିଛନ୍ତି ।

ଗତ ଅକ୍ଟୋବର ୭ ତାରିଖରୁ ଇସ୍ରାଏଲ-ହାମାସ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଲେଣି । ଏହି ଯୁଦ୍ଧ ହେତୁ ଇସ୍ରାଏଲରୁ ବିଦେଶୀ ଶ୍ରମିକଙ୍କ ପଳାୟନ ଆରମ୍ଭ ହୋଇଯାଇଛି । ଯେଉଁ କାରଣରୁ ଦେଶରେ ଶ୍ରମିକଙ୍କ ଅଭାବ ଦେଖାଦେଇଛି । ଶ୍ରମିକମାନଙ୍କ ପାଇଁ ଇସ୍ରାଏଲ୍ ଏହାର ବନ୍ଧୁତ୍ୱପୂର୍ଣ୍ଣ ଦେଶ ଉପରେ ନିର୍ଭରଶୀଳ ହୋଇଛି ।

ଦୁଇ ଦେଶର ସରକାରଙ୍କ ଚୁକ୍ତି ଅନୁଯାୟୀ, ଭାରତର ଶ୍ରମିକମାନଙ୍କୁ ଇସ୍ରାଏଲ ପଠାଯିବ । ୧୯ ଡିସେମ୍ବର ୨୦୨୩ରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବିନ୍ୟାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ଶୀଘ୍ର ଭାରତୀୟ ଶ୍ରମିକମାନଙ୍କୁ ପଠାଇବାକୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.