Latest Odisha News

ବେଙ୍ଗାଲୁରୁରେ ଦ୍ବୀତିୟ ପତ୍ନୀକୁ ହତ୍ୟା କରି ନାଳରେ ଫିଙ୍ଗିଥିବା ସ୍ବାମୀ ବିହାରରୁ ହେଲା ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଉପକଣ୍ଠରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଏକ ଡ୍ରେନରେ ଜଣେ ମହିଳାଙ୍କ ମୃତ ଦେହ ମିଳିବା ପରେ ଘଟଣାରେ ଉକ୍ତ ମିହିଳାଙ୍କ ସ୍ବାମୀଙ୍କୁ ବିହାରରୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲା ୩୯ ବର୍ଷୀୟ ମହମ୍ମଦ ନସିମ ।

ପୋଲିସ ଅଧିକାରୀ କହିଛନ୍ତି ଯେ, ନଭେମ୍ବର ୧୧ ତାରିଖରେ ସାରଜାପୁର ପୋଲିସ ଷ୍ଟେସନ ପରିସରରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ମହମ୍ମଦ ନସିମ ବୃତ୍ତିରେ ଜଣେ ଚିତ୍ରକାର ହୋଇତିବାବେଳେ ସେ ତାର ୨୨ ବର୍ଷୀୟ ଦ୍ବିତୀୟ ପତ୍ନୀ ରୁମେଶ ଖାତୁନ୍ ସହ ବେଙ୍ଗାଲୁରୁରେ ରହୁଥିଲା ।

ରୁମେଶ ଖାତୁନ୍ ସହ ଛୋଟ ଛୋଟ କଥାରେ ପରସ୍ପର ସହ ଝଗଡା କରୁଥିଲା ନସିମ । ତା ପତ୍ନୀଙ୍କ ଉପରେ ସନ୍ଦେହ ଥିବାରୁ ନସିମ ଏବଂ ରୁମେଶଙ୍କର ସମ୍ପର୍କ ତିକ୍ତ ହୋଇଯାଇଥିଲା । ଏଭଳି ଘଟଣା ଯୋଗୁଁ ନସିମ ତାର ପତ୍ନୀ ଠାରୁ ମୁକ୍ତି ପାଇବାକୁ ନିଷ୍ପତ୍ତି ନେଇଥିଲା । ରୁମେଶର ଗଳା କାଟି ହତ୍ୟା କରିବା ପରେ ନସିମ ତାର ହାତ ଓ ଗୋଡକୁ ତାରରେ ବାନ୍ଧି ଡ୍ରେନରେ ପକାଇ ଦେଇଥିଲା । ସେ କହିଛନ୍ତି ଯେ ତାଙ୍କ ପତ୍ନୀକୁ ହତ୍ୟା କରିବା ପରେ ସେ ତାର ୬ ସନ୍ତାନଙ୍କ ସହ ନିଜ ଘର ବିହାରର ମୁଜାଫରପୁରକୁ ପଳାଇଥିଲା ।

ଡ୍ରେନରୁ ଆସୁଥିବା ଦୁର୍ଗନ୍ଧ ବିଷୟରେ ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ । ପରେ ପୋଲିସ ମହିଳାଙ୍କ ମୃତଦେହକୁ ଜବତ କରିବା ପରେ ପୋଷ୍ଟମର୍ଟମ ପାଇଁ ନେଇଅଥିଲା । ଅଧିକାରୀ କହିଛନ୍ତି ଯେ ତଦନ୍ତ ବେଳେ ମୃତଦେହ ଚିହ୍ନଟ ହେବା ପରେ ଜଣାପଡିଥିଲା ​​ଯେ ମୃତ ମହିଳାଙ୍କ ସ୍ୱାମୀ ତାଙ୍କର ଛଅ ସନ୍ତାନଙ୍କ ସହ ବିହାର ପଳାଇ ଯାଇଥିଲେ । ନାସିମଙ୍କର ପ୍ରଥମ ବିବାହରୁ ୪ ସନ୍ତାନ ଏବଂ ରୁମେଶ ସହିତ ଦ୍ୱିତୀୟ ବିବାହରୁ ୨ଟି ସନ୍ତାନ ଥିଲା ।

ପୋଲିସ କହିଛି ଯେ, ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ହତ୍ୟା ମାମଲାରେ ତାକୁ ଗତ ସପ୍ତାହରେ ମୁଜାଫରପୁରରୁ ଗିରଫ କରାଯାଇଥିଲା ।

Comments are closed.