Latest Odisha News

ଦୁଇ ପୁଅ ଚାରି ଝିଅ ଥାଇ ମଧ୍ୟ ବାପାକୁ ମିଳୁନି ସାହାରା

ନୂଆପଡା : ଜୀବନ ମୃତ୍ୟୁ ଭିତରେ ସଂଗ୍ରାମ କରୁଛି ବାପା । ଦୁଇ ପୁଅ ଚାରି ଝିଅ ଥାଇ ମଧ୍ୟ ବାପାକୁ ଦେଉନାହାଁନ୍ତି ସାହାରା । ପୁଅ ହୋଇ ବାପାକୁ ଦେଉଛି ନିର୍ଯାତନା । ଏନେଇ ଆଶା ଲଜରେ ଦିନ କାଟୁଛନ୍ତି ଭୁବନେଶ୍ବର ବିଶି । ଏଭଳି ଅଭାବନୀୟ ଦୃଶ୍ୟ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବିଛନାପାଲି ଗାଁରେ ଦେଖିବାକୁ ମିଳିଛି । ଭୁବନେଶ୍ବର ବିଶିଙ୍କ ସ୍ତ୍ରୀ ଦୁଇ ପୁଅ ଚାରି  ଝିଅ ସୁଖର ସଂସାର । ଚାରି ଝିଅକୁ ବାହା ଦେବା ପରେ ବଡ଼ ପୁଅକୁ ମଧ୍ୟ ବାହା କରେଇ ଦେଇଥିଲେ ବିଶି । ପରେ ସ୍ତ୍ରୀର ମୂତ୍ୟୁ ହୋଇଯାଇଥିଲା ।

ଭୁବନେଶ୍ୱର ଏକ ଟେଣ୍ଡ ଦୋକାନ କରି ଦୁଇ ପୁଅଙ୍କ ସହ ହସ ଖୁସିରେ ଜୀବନ କାଟୁଥିଲେ । ହେଲେ ଟଙ୍କାର ଲୋଭ ରେ ପୁଅ ଲକ୍ଷ୍ମଣ ବାପାଙ୍କୁ ଅନାଦର କରି ଦେବ ସେକଥା ଭୁବନେଶ୍ୱରକୁ ଜଣା ନଥିଲା । ସାନ ପୁଅ ଲକ୍ଷ୍ମଣ ବିଶି ବାପାଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହ ଘରୁ ତଡି ଦେଇଥିବା ଭୁବନେଶ୍ୱର ଅଭିଯୋଗ କରିଛନ୍ତି ।ଗତ ମାସରେ ଲକ୍ଷ୍ମଣ ବିଶି ଭୁବନେଶ୍ବର ବିଶିଙ୍କୁ ମାରଣାସ୍ତ୍ରରେ ମାରି ଗୋଡ଼ ଭାଙ୍ଗି ଦେଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନୂଆପଡା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ହେଲେ ଦୀର୍ଘ ଦିନ ହସ୍ପିଟାଲରେ ରହିବା ପରେ ବର୍ତ୍ତମାନ ଘରକୁ ଫେରିବା ପାଇଁ ଇଚ୍ଛା କରିଥିଲେ ଭୁବନେଶ୍ବର ।

ହେଲେ ମାଡ଼ ଭୟରେ ଘରକୁ ନଯାଇ ଏକ ହୋଟେଲ ରେ ଆଶ୍ରୟ ନେଇଛନ୍ତି । ବଡ଼ ପୁଅ ଓ ଚାରି ଝିଅ ମଧ୍ୟ ସାନ ପୁଅର ଭୟରେ ବାପାକୁ ଦେଖିବା ପାଇଁ ମଧ୍ୟ ଆସୁନଥିବା ଭୁବନେଶ୍ୱର ସହ ତାଙ୍କ ବଡ଼ ପୁଅ ଖଡ଼ିଆଳ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।  ହେଲେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି  । ତୁରନ୍ତ ଲକ୍ଷ୍ମଣଙ୍କୁ ଗିରଫ କରି ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଭୁବନେଶ୍ବର ଦାବି କରିଛନ୍ତି । ଅନ୍ୟପଟେ ଖଡ଼ିଆଳ ଏସଡିପିଓ ଙ୍କୁ ଏହି ଘଟଣା ରେ ଏକ ମାମଲା ରୁଜୁ କରି କୋର୍ଟକୁ କେସ ପଠାଇଛନ୍ତି ବୋଲି କହିଛନ୍ତି ।

Comments are closed.