ଲିମରେକ: ଆୟର୍ଲାଣ୍ଡର ସମ୍ଭୋଗ ସୁଖ ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପତ୍ନୀଙ୍କ ସହ ଆନନ୍ଦ ଉଠାଇବାର ୧୦ ମିନିଟ ପରେ ହଠାତ ଉକ୍ତ ବ୍ୟକ୍ତିଜଣଙ୍କ ତାଙ୍କ ସ୍ମରଣ ଶକ୍ତି ହରାଇଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେବାକୁ ପଡିଥିଲା । ଏହି ଘଟଣା ପ୍ରକାଶ ପାଇବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ପଡିଛନ୍ତି । ଡାକ୍ତରଙ୍କ ମତରେ ଏହା ଟ୍ରାଂଜିଏଟ ଗ୍ଲୋବାଲ ଆମନେସିଆ ନାମକ ଏକ ରୋଗ । ତେବେ ସେକ୍ସ ପରେ ଏ ଭଳି ଘଟଣା ସମ୍ମୁଖକୁ ଆସି ନ ଥିଲା । ଭାଗ୍ୟ ଭଲ ଉକ୍ତ ୬୬ ବର୍ଷୀୟ ବ୍ୟକ୍ତିଙ୍କ ସ୍ମରଣ ଶକ୍ତି ଚିକିତ୍ସା ପରେ ଫେରି ଆସିଛି ।
ଦିନକ ପରେ ସେ ତାଙ୍କ ବିବାହ ବାର୍ଷିକୀ ପାଳନ କରିଥିଲେ । ସ୍ମରଣ ଶକ୍ତି ଯିବା ପରେ ସେ ତାଙ୍କ ଝିଅକୁ ବାରମ୍ବାର ୨/୩ ଦିନ ତଳର ଘଟଣା ମନେ ପକାଇବାକୁ କହିଥିଲେ । ୫୦ରୁ ୭୦ ବର୍ଷ ବୟସ ଲୋକଙ୍କ ମଧ୍ୟ ଏହି ରୋଗ ଦେଖା ଦେଇଥାଏ । ଶରୀରରେ ହଠାତ ଅତ୍ୟଧିକ ଗରମ, ଥଣ୍ଡା, କଷ୍ଟ ଏବଂ ସମ୍ଭୋଗ ପରି ଉତେଜନାପୂର୍ଣ୍ଣ କାର୍ଯ୍ୟ ପରେ ଏହି ରୋଗଗ୍ରସ୍ତ ବ୍ୟକ୍ତି ସ୍ମରଣ ଶକ୍ତି ଭୁଲି ଯାଆନ୍ତି ।
Comments are closed.