ଜେଜେବାପା ଓ ଜେଜେମାଆଙ୍କ ସହିତ ନାତିନାତୁଣୀଙ୍କ ସମ୍ପର୍କ ସବୁବେଳେ ଭିନ୍ନ ଓ ଅନ୍ୟ ସବୁ ସମ୍ପର୍କଠାରୁ ମିଠାମିଠା । ଯେ କୌଣସି ପରିବାରରେ ହେଉନା କାହିଁକି ବାପାମାଆଙ୍କୁ ଛାଡ଼ିଦେଲେ ପ୍ରତ୍ୟେକ ପିଲା ନିଜ ନିଜର ଜେଜେବାପା ଜେଜେମାଆଙ୍କୁ ଅନ୍ୟମାନଙ୍କଠାରୁ ସବୁଠୁ ଅଧିକ ଭଲ ପାଆନ୍ତି । ଅନେକ ସମୟରେ ଦେଖାଯାଏ ଜେଜେବାପା ଓ ଜେଜେମାଆଙ୍କ ପାଖରେ ରହିଲେ ପିଲାମାନେ ନିଜ ବାପାମାଆଙ୍କୁ ମଧ୍ୟ ଭୁଲି ଯାଆନ୍ତି । ବାସ୍ତବରେ କହିଲେ ଜେଜେବାପା ଜେଜେମାଆ ଓ ନାତିନାତୁଣୀଙ୍କ ଭିତରେ ସବୁବେଳେ ଏକ ମଧୁର ସମ୍ପର୍କ ଗଢି ଉଠିଥାଏ, ଯେଉଁ ସମ୍ପର୍କ ପାଇଁ ଜୀବନଯାକ ଜେଜେବାପା ଓ ଜେଜେମାଆଙ୍କୁ ଭୁଲି ପାରନ୍ତି ନାହିଁ ପିଲାମାନେ । ଦେଖାଯାଏ, ସେମାନଙ୍କ ସ୍ମୃତିକୁ ତାଜା କରିବା ପାଇଁ ବେଳେ ବେଳେ ଅନେକ ନାତିନାତୁଣି କିଛି ଭିନ୍ନ କରିଥାନ୍ତି । କେହି କେହି ସେମାନଙ୍କ ସୁନ୍ଦର ସମାଧି ତିଆରି କରନ୍ତି ତ ଆଉ କିଏ ସେମାନଙ୍କ ନାମରେ ନାମିତ କରନ୍ତି ଗଛଲତାକୁ । ନିକଟରେ ନିଜ ଜେଜେବାପା ଓ ଜେଜେମାଆଙ୍କ ସ୍ମୃତି ଉଦ୍ଧେଶ୍ୟରେ କିଛି ଭିନ୍ନ କରି ଚର୍ଚ୍ଚିତ ହୋଇଛନ୍ତି ମହାରାଷ୍ଟ୍ର ପୁଣେ ବାସିନ୍ଦା ଜଣେ ଯୁବକ । ବ୍ୟକ୍ତି ଜଣକ କହିଛନ୍ତି, ୯ ମାସ ଭିତରେ ତାଙ୍କ ଜେଜେବାପା ଓ ଜେଜେ ମାଆ ଆମକୁ ଛାଡ଼ି ଚାଲି ଗଲେ । ଯାହା ମୋତେ ଓ ମୋ ପରିବାର ବହୁତ ଆଘାତ ଦେଇଛି । ତାଙ୍କ ବିନା ରହିବା ମୋ ପାଇଁ କଷ୍ଟକର ହୋଇପଡ଼ିଲା । ତେଣୁ ଉଭୟଙ୍କ ସ୍ମୃତିରେ ସେ ନିଜ ଶରୀରରେ ଟାଟୁ କରିଛନ୍ତି । ଜେଜେବାପା ଲୁଙ୍ଗି ପିନ୍ଧି ହାତ ପଛକୁ କରି ଛିଡ଼ା ହୋଇ ହସୁଥିବାର ଟାଟୁ କରିଛନ୍ତି । ସେହିପରି ଜେଜେ ମାଆ ଚା’ ପିଉଥିବା କପ୍ ପ୍ଲେଟର ଟାଟୁ କରିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁ୍ବ ଭାଇରାଲ ହୋଇଛି ।
BREAKING NEWS
- Suspicious Drones: ଏଲଓସି ଏବଂ ଅନ୍ତର୍ଜାତୀୟ ସୀମାରେ ଦେଖାଗଲା ସନ୍ଦେହଜନକ ପାକିସ୍ତାନୀ ଡ୍ରୋନ୍, ସତର୍କ ରହିଛନ୍ତି ସୁରକ୍ଷା ବାହିନୀ
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
Comments are closed.