ନବରଙ୍ଗପୁର : ସେଲ୍ଫି ହେଲା କାଳ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ପ୍ରସିଦ୍ଧ ଘୁମରେଶ୍ବର ଶୈବ ପୀଠ ରେ ଘଟିଛି ଏକ ଅଘଟଣ । ଘଟଣା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ମଙ୍ଗରଦୋରା ନିକଟରେ ରହିଥିବା ପ୍ରସିଦ୍ଧ ଘୁମରେଶ୍ୱର ଶୈବ ପୀଠ ନିକଟରେ ରହିଛି ସୁଉଚ୍ଚ ଜଳ ପ୍ରପାତ ।
ଏହି ପୀଠ ତଥା ପର୍ଯ୍ୟଟନ ସ୍ଥଳୀ ର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ହଜାର ହଜାର ପର୍ଯ୍ୟଟକ ବୁଲି ଆସିଥାନ୍ତି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଡେଙ୍ଗପଦର ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଗୁଡା ଗ୍ରାମର ପ୍ରଫୁଲ୍ଲ ଗୌଡ଼ଙ୍କ ୧୮ ବର୍ଷୀୟ ପୁତ୍ର ହରିବନ୍ଧୁ ଗୌଡ଼ ନିଜ ଦୁଇଜଣ ସାଙ୍ଗ ଙ୍କ ସହ ଘୁମରେଶ୍ବର ଶୈବ ପୀଠକୁ ବୁଲିବାକୁ ଆସିଥିଲେ । ଜଳପ୍ରପାତକୁ ଖସି ଯାଇଥିବାରୁ ସେ ନିଖୋଜ ଅଛନ୍ତି । ତାଙ୍କୁ ଖୋଜାଖୋଜି କରୁଛନ୍ତି ଅଗ୍ନିଶମ କର୍ମଚାରୀ । ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।
Comments are closed.