Latest Odisha News

ଘୁମରେଶ୍ୱର ଶୈବ ପୀଠରେ ଜଳପ୍ରପାତକୁ ଖସି ଯୁବକ ନିଖୋଜ

ନବରଙ୍ଗପୁର : ସେଲ୍ଫି ହେଲା କାଳ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ  ଅନ୍ତର୍ଗତ ପ୍ରସିଦ୍ଧ ଘୁମରେଶ୍ବର ଶୈବ ପୀଠ ରେ ଘଟିଛି ଏକ ଅଘଟଣ  ।  ଘଟଣା  ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ମଙ୍ଗରଦୋରା ନିକଟରେ ରହିଥିବା ପ୍ରସିଦ୍ଧ ଘୁମରେଶ୍ୱର ଶୈବ ପୀଠ  ନିକଟରେ ରହିଛି ସୁଉଚ୍ଚ ଜଳ ପ୍ରପାତ ।

ଏହି ପୀଠ ତଥା ପର୍ଯ୍ୟଟନ ସ୍ଥଳୀ ର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ହଜାର ହଜାର ପର୍ଯ୍ୟଟକ ବୁଲି ଆସିଥାନ୍ତି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଡେଙ୍ଗପଦର ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଗୁଡା ଗ୍ରାମର ପ୍ରଫୁଲ୍ଲ ଗୌଡ଼ଙ୍କ  ୧୮ ବର୍ଷୀୟ ପୁତ୍ର ହରିବନ୍ଧୁ ଗୌଡ଼ ନିଜ ଦୁଇଜଣ ସାଙ୍ଗ ଙ୍କ ସହ ଘୁମରେଶ୍ବର ଶୈବ ପୀଠକୁ ବୁଲିବାକୁ ଆସିଥିଲେ ।  ଜଳପ୍ରପାତକୁ ଖସି ଯାଇଥିବାରୁ ସେ ନିଖୋଜ ଅଛନ୍ତି । ତାଙ୍କୁ ଖୋଜାଖୋଜି କରୁଛନ୍ତି ଅଗ୍ନିଶମ କର୍ମଚାରୀ । ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

Leave A Reply

Your email address will not be published.