Latest Odisha News

ଅଫିସ ପାର୍କିଂରେ ନିଜ ସହକର୍ମୀଙ୍କୁ ଛୁରୀଭୁସି ହତ୍ୟା କଲେ ଯୁବକ

ପୁଣେ: ମହାରାଷ୍ଟ୍ରର ପୁଣେରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ପୁଣେର ଏକ ନାମୀଦାମୀ କମ୍ପାନୀରେ କାମ କରୁଥିବା ଜଣେ ୨୮ ବର୍ଷୀୟା ମହିଳାଙ୍କୁ ପାର୍କିଂ ଏରିଆରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।

ଅଭିଯୁକ୍ତର ନାମ କୃଷ୍ଣ ସତ୍ୟନାରାୟଣ କନୋଜା ବୋଲି ଜଣାପଡ଼ିଛି। ଶିବାଜୀନଗରରେ ରହୁଥିବା କୃଷ୍ଣଙ୍କଠାରୁ ଟଙ୍କା ଧାର୍ ନେଇଥିଲେ। କୃଷ୍ଣ ଟଙ୍କା ମାଗିବାରୁ ସେ ଫେରାଇବାକୁ ମନା କରିଦେଇଥିଲେ। ଯାହା ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।

ପୋଲିସର ସୂଚନା ଅନୁଯାୟୀ, ସହରର ୟେରୱାଡା ଅଞ୍ଚଳରେ ଥିବା ଡଡବ୍ଲ୍ୟଏନଏସ କମ୍ପାନୀର ପାର୍କିଂ ସ୍ଥାନରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିଲା।

ଅପରପକ୍ଷରେ ମହିଳା ଜଣକ ମରିଯାଇଥିବା ଭାବି କୃଷ୍ଣ ହାତରୁ ଧାରୁଆ ଅସ୍ତ୍ର ଫିଙ୍ଗିବା ପରେ ସେଠାରେ ଥିବା ଲୋକେ ତାକୁ ମାଡ଼ ମାରି ପୁଲିସକୁ ହସ୍ତାନ୍ତର କରିଥିଲେ।

ତେବେ ମହିଳାଙ୍କ ପ୍ରଚୁର ରକ୍ତସ୍ରାବ ହୋଇଥିଲା ବେଳେ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

 

Comments are closed.