Latest Odisha News

BREAKING NEWS

ଶୋଇଥିବା ବେଳେ ଯୁବକଙ୍କୁ ଗଳା କାଟି ହତ୍ୟା

ଭବାନୀପାଟଣା: ରାତିରେ ଘର ଆଗରେ ଶୋଇଥିବା ବେଳେ ଯୁବକଙ୍କୁ ଗଳା କାଟି ହତ୍ୟା ଅଭିଯୋଗ । ଧାରୁଆ ଅସ୍ତ୍ରରେ ଗଣ୍ଡିରୁ ମୁଣ୍ଡକୁ କେହି ଦୁର୍ବୃତ୍ତ ଅଲଗା କରି ବୀଭତ୍ସ ହତ୍ୟା କରିଛି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ସିମିଲିଭଟ୍ଟା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ୩୨ ବର୍ଷୀୟ ନୀଳମଣି ଦଣ୍ଡସେନା ।

ସକାଳୁ ତାଙ୍କ ପତ୍ନୀ ଚଞ୍ଚଳା ଦଣ୍ଡାସେନା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଲାଞ୍ଜିଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଘର ଆଗରେ ନୀଳମଣିକୁ ଅତି ବୀଭତ୍ସ ଭାବରେ ହତ୍ୟା କଲାଗଲା । କିନ୍ତୁ ଘରେ ଶୋଇଥିବା ଲୋକମାନେ କେହି କେମିତି କିଛି ଜାଣି ପାରିଲେ ନାହିଁ ? ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.