Latest Odisha News

BREAKING NEWS

ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ !

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ । କିନ୍ତୁ ଏହି ସିରିଜରେ କୋଚ୍ ଭାବରେ ଦଳରେ ସାମିଲ ହେବେ ନାହିଁ ରବି ଶାସ୍ତ୍ରୀ । ତାଙ୍କ ସ୍ଥାନରେ ମୁଖ୍ୟ କୋଚ୍ ଭାବରେ ପୂର୍ବତନ ଅଧିନାୟକ ତଥା ନ୍ୟାସନାଲ୍ କ୍ରିକେଟ ଏକାଡେମୀ ମୁଖ୍ୟ ରାହୁଲ ଦ୍ରାବିଡ ଦଳ ସହ ଶ୍ରୀଲଙ୍କା ଯିବେ । ତେବେ ଏନେଇ ବିସିସିଆଇ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା ହୋଇ ନାହିଁ । ଖୁବଶୀଘ୍ର ଘୋଷଣା ହୋଇପାରେ ନିଷ୍ପତ୍ତି ।

ଆସନ୍ତା ଜୁଲାଇ ୧୩ରୁ ୨୭ ଭିତରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବ । ପୂର୍ବରୁ ୨୦୧୪ରେ ରାହୁଲ ଦ୍ରାବିଡ୍ ଇଂଲଣ୍ଡ ଗସ୍ତ ବେଳେ ଭାରତୀୟ ସିନୟର ଟିମର ବ୍ୟାଟିଂ କୋଚ୍ ଭାବରେ ଦାୟିତ୍ୱ ତୁଲାଇଥିଲେ ।

ସେହିପରି ଶ୍ରୀଲଙ୍କା ଗସ୍ତରେ ଶିଖର ଧଓ୍ୱନଙ୍କ ନେତୃତ୍ୱରେ ଆଉ ଏକ ଟିମ୍ ଯାଇପାରେ । କ୍ୱାରେଣ୍ଟାଇନ୍ ନିୟମ ଅନୁସାରେ ଓ୍ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବା ପରେ ବିରାଟ କୋହଲିଙ୍କ ସମେତ ବହୁ ଖେଳାଳି ଇଂଲଣ୍ଡରେ ରହିବେ । ଟିମ୍ ଇଣ୍ଡିଆ ଅଗଷ୍ଟରୁ ସେପ୍ଟେମ୍ବର ଭିତରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ । ଏହି କାରଣରୁ ବିସିସିଆଇ ଶ୍ରୀଲଙ୍କା ଗସ୍ତରେ ନୂଆ ଟିମ୍ ପଠାଇପାରେ ।

Leave A Reply

Your email address will not be published.