Latest Odisha News

BREAKING NEWS

ଘଂଟାକରେ ୩୧୮୨ ପୁଶ ଅପ ମାରିଲେ ଏହି ଯୁବକ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଡାନିୟଲ ସ୍କାଲି ୧ ଘଂଟାରେ ୩୧୮୨ ପୁଶ ଅପ ମାରି ଗିନଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ଡାନିୟଲଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । କମ୍ପେ୍ଲକ୍ସ ରିଜିଓନାଲ ପେନ ସିଣ୍ଡ୍ରମ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ସେ ଏହି ଅଭିଯାନ ଆରମ୍ଭ କରିଥିଲେ । ପୂର୍ବରୁ ଆବଡୋମିନାଲ ପ୍ଲାଙ୍କ ପୋଜିଶନରେରେ ମଧ୍ୟ ସେ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ । କ୍ରମାଗତ ୯ ଘଂଟା ୩୦ ମିନିଟ ଧରି ସେ ପ୍ଲାଙ୍କ କରିଥିଲେ । ଡାନିୟଲଙ୍କ ଏହି ୨ଟି ଯାକ ରେକର୍ଡ ପାଖାପାଖି କେହି ରହି ନାହାନ୍ତି ।

ପୂର୍ବରୁ ନିଜ ଦେଶର ଜାରେଡ ୟଙ୍ଗ ୩୦୫୪ ପୁଶ ଅପ ମାରି ରେକର୍ଡ କରିଥିଲେ । ଏହି ରେକର୍ଡ ଡାନିୟଲ ଭଙ୍ଗ କରିଥିଲେ । ସିଆରପିଏସରେ ଆକ୍ରାନ୍ତ ହେବା ସତ୍ୱେ ସେ ଏହି ରେକର୍ଡ କରିଥିବାରୁ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଛନ୍ତି ।

Leave A Reply

Your email address will not be published.