Latest Odisha News

BREAKING NEWS

ପ୍ରତ୍ୟାହାର ହେବନି ‘ଅଗ୍ନିପଥ’ ଯୋଜନା, ଏତଲାରେ ନାଁ ଥିଲେ ହୋଇପାରିବନି ନିଯୁକ୍ତି

ନୂଆଦିଲ୍ଲୀ: ବିବାଦ, ବିରୋଧ ସତ୍ତ୍ୱେ ପ୍ରତ୍ୟାହାର ହେବ ନାହିଁ ‘ଅଗ୍ନିପଥ’ ଯୋଜନା । ଏଫଆଇଆରରେ ନାଁ ଥିଲେ ଆପଣ ହୋଇ ପାରିବେନି ଅଗ୍ନିବୀର । କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ଅସନ୍ତୁଷ୍ଟ ଆଶାୟୀ ଆନ୍ଦୋଳନ କରୁଥିବା ବେଳେ ‘ଅଗ୍ନିପଥ’ କଂଗ୍ରେସ ଆରମ୍ଭ କରିଛି ସତ୍ୟାଗ୍ରହ । ବିରୋଧ, ବିକ୍ଷୋଭ ଭିତରେ ୩ ସେନା ମୁଖ୍ୟ ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ଆଲୋଚନା କରିଥିଲେ ।

ଏହାପରେ ସେନା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ସେନାକୁ ଯୁବକଙ୍କ ଆବଶ୍ୟକତା ରହିଛି । ଏବେ ସେନାରେ ହାରାହାରି ବୟସ ୩୨ ଥିବାବେଳେ ଏହାକୁ ୨୬କୁ କମାଇବାକୁ ପ୍ରୟାସ କରାଯାଉଛି । ଲେଫ୍ଟନାଣ୍ଟ ଜେନରାଲ୍ ଅନୀଲ ପୁରୀ କହିଛନ୍ତି, ଅଗ୍ନିବୀରଙ୍କୁ ସିୟାଚିନ୍ ଓ ଅନ୍ୟ କ୍ଷେତ୍ରରେ ଏବେ ଯବାନ ପାଉଥିବା ଭତ୍ତା ଭଳି ଭତ୍ତା ମିଳିବ । ସେମାନଙ୍କ ସହ କୌଣସି ଭେଦଭାବ କରାଯିବ ନାହିଁ ।

ସ୍ଥଳ ସେନାରେ ‘ଅଗ୍ନିପଥ’ ଯୋଜନାରେ ଭର୍ତ୍ତି ନେଇ ଜୁଲାଇ ୧ରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ବାୟୁସେନା ଜୁନ୍ ୨୪ ଓ ନୌସେନା ଜୁନ୍ ୨୫ରେ ବିଜ୍ଞପ୍ତି ପ୍ରକାଶ କରିବ । ନିଯୁକ୍ତି ନେଇ ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ଦେଶବ୍ୟାପୀ ମୋଟ ୮୩ଟି ନିଯୁକ୍ତି ରାଲି କରାଯିବ ବୋଲି ସ୍ଥଳ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ସେନା ପକ୍ଷରୁ ଜାରି ମିଳିତ ମନ୍ତବ୍ୟରେ କୁହାଯାଇଛି, ‘ଅଗ୍ନିପଥ’ ଯୋଜନା ଫେରାଇ ନିଆଯିବ ନାହିଁ । ଏବେ ହେଉଥିବା ବିରୋଧ ପାଇଁ କୋଚିଂ ସଂସ୍ଥା ଦାୟୀ ବୋଲି ସେନା ପକ୍ଷରୁ କୁହାଯାଇଛି । ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କୋଚିଂ ସଂସ୍ଥା ଉସୁକାଉ ଥିବା କହିଛନ୍ତି ଲେଫ୍ଟିନାଣ୍ଟ ଜେନରାଲ୍ ଅନୀଲ ପୁରୀ ।

Leave A Reply

Your email address will not be published.