Latest Odisha News

BREAKING NEWS

ଗୃହମନ୍ତ୍ରୀଙ୍କ ଆଖପାଖରେ ଅଜଣା ବ୍ୟକ୍ତି, ସନ୍ଦିଗ୍ଧ ବ୍ୟକ୍ତି ଗିରଫ

ମୁମ୍ବାଇ: ଗୃହମନ୍ତ୍ରୀ ଅମିତ ଶାହଙ୍କ ସୁରକ୍ଷା ବଳୟ ଭିତରେ ବୁଲୁଥିବା ଜଣେ ଅଜଣା ବ୍ୟକ୍ତି ଗିରଫ । ଗିରଫ ବ୍ଯକ୍ତି ଜଣଙ୍କ ଆନ୍ଧ୍ରପ୍ରଦେଶର ଜଣେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଭାବେ କାମ କରୁଥିଲେ ବୋଲି କହୁଛନ୍ତି। କିନ୍ତୁ ଏଯାବତ ଏହାର ସତ୍ୟାସତ୍ୟ ଜଣାପଡିନି। ଗଣେଶ ପୂଜା ବେଳେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବାସଭବନକୁ ଅମିତ ଶାହ ଗସ୍ତ କରିଥିଲେ। ଏହି ସମୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀ ଏହି ଅଜଣା ଯୁବକ ଶାହଙ୍କ ଆଖପାଖରେ ବୁଲୁଥିବା ଦେଖିବାକୁ ମିଳିଥିଲା। ପରେ ସନ୍ଦେହ ହେବାରୁ ସଂପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।

ମଙ୍ଗଳବାର ଦିନ ଏହି ଘଟଣା ଘଟିଛି। ଗିରଫ ଯୁବକ ଜଣଙ୍କ ହେମନ୍ତ ପାଓ୍ୱାର ବୋଲି ଜଣାପଡିଛି। ମୁମ୍ବାଇର ମାଲାବାରେ ଥିବା ସାଗର ବଙ୍ଗଲୋରେ ଶାହ ଥିବା ବେଳେ ହେମନ୍ତ ପାଓ୍ୱାରଙ୍କ ଗତିବିଧି ସୁରକ୍ଷାକର୍ମୀଙ୍କ ଉପରେ ସନ୍ଦେହ ବଢାଇଥିଲା।

ତେବେ ଘଟଣାସ୍ଥଳରୁ ହଠାତ୍ ଉଭାନ ହୋଇଯାଇଥିଲେ ଏହି ବ୍ୟକ୍ତି ଜଣଙ୍କ । ପରେ ଖୋଜାଖୋଜି ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ। ଶେଷରେ ତିନି ଘଣ୍ଟା ପରେ ହେମନ୍ତ ପାଓ୍ୱାର ମହାରାଷ୍ଟ୍ରର ଧୁଲେ ଅଭିମୁଖେ ଯାଉଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା।

ପୋଲିସ କହିଛି ଯେ ପାଓ୍ୱାର ଜଣେ ଆନ୍ଧ୍ରପ୍ରଦେଶ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଭାବରେ କାମ କରୁଥିଲେ ଏବଂ ସଂସଦରେ ପ୍ରବେଶ କରିବା ପାଇଁ ପାସ୍ ମଧ୍ୟ ରଖିଥିଲେ, କିନ୍ତୁ ସେ ଲଗାଇଥିବା ଏମଏଚଏ ଷ୍ଟ୍ରାପକୁ ଅନୁମତି ଦିଆଯାଇନଥିଲା ଏବଂ ଏହା ନକଲି ଥିଲା।

ସନ୍ଦେହ କରାଯାଉଛି ଯେ ହେମନ୍ତ ପାଓ୍ୱାର କିଛି ଲୋକଙ୍କୁ ଦେଖାଇବା ପାଇଁ ଚେଷ୍ଟା କରୁଥିଲେ ଯେ ସେ ମନ୍ତ୍ରୀଙ୍କ ନିକଟତର । ଆଉ ସେ ଏମଏଚ୍ଏ ପାଇଁ କାମ କରୁଛନ୍ତି। ଏମଏଚଏର ଅର୍ଥ ୟୁନିଅନ୍ ମିନିଷ୍ଟରୀ ଅଫ୍ ହୋମ୍ ଆଫାୟାର୍ସ । ଯାହା ଶାହଙ୍କ ବିଭାଗ।

Leave A Reply

Your email address will not be published.