Latest Odisha News

ଲାଇଭ ସୋ ବେଳେ ନ୍ୟୁଜ୍ ଆଙ୍କରଙ୍କୁ ହାର୍ଟଆଟାକ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ଦୀର୍ଘ ଦିନ ଧରି ଲଗାତାର ହାର୍ଟଆଟାକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଆଜିର ପରିବର୍ତ୍ତିତ ଜୀବନଶୈଳୀରେ ଲୋକଙ୍କ ମଧ୍ୟରେ ମାତ୍ରକାଧିକ ହାର୍ଟଆଟାକ ଓ ଷ୍ଟ୍ରୋକ ଭଳି ସମସ୍ୟା ଦେଖିବାକୁ ମିଳୁଛି । ଏଠାରେ ଆଶ୍ଚର୍ଯ୍ୟଜନକ ହେଉଛି ଆଜିକାଲି ଯୁବପିଢି ମଧ୍ୟ ହାର୍ଟଆଟାକର ଶୀକାର ହେଉଛନ୍ତି ।
ଆମେରିକାରେ ମଧ୍ୟ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଏକ ଆମେରିକୀୟ ଟେଲିଭିଜନ୍ ନ୍ୟୁଜ୍ ଆଙ୍କର୍ ଲାଇଭ୍ ଟେଲିକାଷ୍ଟ କରୁଥିବା ସମୟରେ ଅଚାନକ ଷ୍ଟ୍ରୋକ୍ ହୋଇଥିଲା ।

ଜୁଲି ଚିନ୍ ନାମକ ମହିଳା ଆଙ୍କର ଆମେରିକାର ସ୍ପେସ୍ ଏଜେନ୍ସି ନାସା ଦ୍ୱାରା ଆର୍ଟେମିସ୍ ମିଶନରେ ପଠାଯାଇଥିବା ରକେଟ୍ ବିଷୟରେ ସୂଚନା ଦେଉଥିବା ସମୟରେ ଷ୍ଟ୍ରୋକର ଶିକାର ହୋଇଥିଲେ। ଜୁଲି ଖବର ପଢିବା ବେଳେ ଅଚାନକ ଛାତି ବ୍ୟଥା ଅନୁଭବ କଲେ ଯାହାର ଏକ ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।

ଜୁଲି ବୁଲେଟିନ ପଢୁଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ସେ ଲାଇଭ ଟେଲିକାଷ୍ଟରେ ସେ କହିଲେ, ‘ଯେ, ସେ ଏଭଳି ଅଚାନକ ଖବର ପ୍ରସାରଣରେ ବ୍ୟାହତ କାରଣରୁ ଦୁଃଖିତ ! ଏହାସହ ସେ ସକାଳଠାରୁ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହିଥିଲେ । ଏପ୍ରକାର ଅଚାନକ ସମସ୍ୟା କାରଣରୁ ସମସ୍ତ ଦର୍ଶକଙ୍କୁ ଲାଇଭ ଟେଲିକାଷ୍ଟରେ କ୍ଷମା ପ୍ରାର୍ଥନା କରିଥିଲେ ।

ପରେ ପରେ ସେ ପାଣିପାଗ ବିଶେଷଜ୍ଞ ଏନୀ ବ୍ରାଉନଙ୍କୁ ପରବର୍ତ୍ତୀ କାର୍ଯ୍ୟ ସମ୍ଭାଳିବା ପାଇଁ ଅନୁରୋଧ କରିଥିଲେ । ନ୍ୟୁଜ ପରିବେଷିକା ଜୁଲି ଏହାପରେ ନିଜେ ପରିବେଷଣ କରୁଥିବା ସୋ ପାଣିପାଗ ବିଭାଗର ଟିମକୁ ହସ୍ତାନ୍ତର କରିଥିଲେ । ଏହି ସମସ୍ତ ଘଟଣାର ଭିଡି଼ଓ ମାଇକ୍ ସିଙ୍ଗଟନ୍ ନାମକ ଜଣେ ୟୁଜର ସେୟାର କରିଛନ୍ତି ।

ତାଙ୍କୁ ଲାଇଭ ସୋରେ ଷ୍ଟ୍ରୋକ ଆସିବା ପରେ ସେଠାରେ ଉପସ୍ଥିତି ସହକର୍ମୀ ସଙ୍ଗେ ସଙ୍ଗେ ୯୧୧ ମେଡି଼କାଲ ହେଲ୍ପ ଲାଇନ ନମ୍ବରକୁ କଲ କରିଥିଲେ । ମିଳିଥିବା ସୂଚନା ଅନୁସାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ଏହାସହ ଷ୍ଟ୍ର୍ରୋକର ପ୍ରାରମ୍ଭିକ ଲକ୍ଷଣ ବିଷୟରେ ନିଜ ଦର୍ଶକଙ୍କ ସେୟାର କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.